27.8 C
Bhubaneswar
Wednesday, July 15, 2026
Homeଓଡିଶାରେଲୱେ ଷ୍ଟେସନ ପ୍ଲାଟଫର୍ମରେ ଝୁଲୁଛି ଶବ

ରେଲୱେ ଷ୍ଟେସନ ପ୍ଲାଟଫର୍ମରେ ଝୁଲୁଛି ଶବ

ଭଦ୍ରକ: ଭଦ୍ରକ ରେଲୱେ ଷ୍ଟେସନ ପ୍ଲାଟଫର୍ମରେ ଝୁଲୁଛି ଶବ। ବୁଧବାର ସକାଳେ ଭଦ୍ରକ ରେଳ ଷ୍ଟେସନର ୪ ନମ୍ଵର ପ୍ଲାଟଫର୍ମରେ ଥିବା ଏକ ଗଛରେ ଜଣେ ଯୁବକଙ୍କ ଶବ ଝୁଲୁଥିବା ଦେଖିବାକୁ ମିଳିଛି। ଯୁବକଙ୍କ ପରିଚୟ ଜଣାପଡ଼ିନି। ଏତେ ଜନଗହଳିପୂର୍ଣ୍ଣ ସ୍ଥାନରେ ସେ କେମିତି ଆତ୍ମହତ୍ୟା କଲେ ତାହା ଏବେ ସନ୍ଦେହ ଘେରରେ।  ସୂଚନାନୁଯାୟୀ, ଭଦ୍ରକ ରେଳ ଷ୍ଟେସନ ୩ ଓ ୪ ନମ୍ବର ପ୍ଲାଟଫର୍ମ ମଝିରେ ଥିବା ରେଷ୍ଟ ସ୍ୟାଡରେ ଏକ ଗଛ ଡାଳରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଜିଆରପି ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରାଯାଉଛି। ମୃତକଙ୍କ ପରିଚୟ ମିଳିପାରିନି। ତେବେ ପ୍ରତି ୧୫ ମିନିଟରେ ଷ୍ଟେସନରେ ଟ୍ରେନ୍ ଲାଗୁଛି। ଜିଆରପି ପୁଲିସ ସହ ଆରପିଏଫ ବି ପଇଁତରା ମରୁଛି। ତଥାପି ଏହାରି ଭିତରେ ଜଣେ ଯୁବକ କେମିତି ଆତ୍ମହତ୍ୟା କଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking