ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି କି ଇରାନ ବିରୁଦ୍ଧରେ ଆମେରୀକିୟ ସୈନ୍ୟବାହିନୀର ଅଭିଯାନ ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ଆମେରୀକିୟ ସୈନ୍ୟବାହିନୀ ଇରାନ ର ନୌସେନା , ବାୟୁସେନା , ମିସାଇଲ୍ ଓ ଡ୍ରୋନ କ୍ଷମତାକୁ ଗଭୀର କ୍ଷତି ପହଞ୍ଚାଇଛନ୍ତି , ତାସହ ସ୍ଟେଟ ଅଫ୍ ହର୍ମୁଜ ଉପରେ ମଧ୍ୟ ନିୟନ୍ତ୍ରଣ ସ୍ଥାପନ କରିବାର ବହୁତ ପାଖରେ । ସୋମବାର ରାତିରେ ରାଷ୍ଚ୍ରପତି ଡୋନାଲ୍ଡ ଟ୍ରମ୍ପ , ଇରାନ ବିରୁଦ୍ଧରେ ନିଜ ସୈନ୍ୟବାହିନୀର ପଦକ୍ଷପକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ସେମାନଙ୍କ କହିବା ଅନୁଯାଇ ଆମେରିକା ଲଗାତାର ଭୀଷଣ ଆକ୍ରମଣ କରିଚାଲିଛି ଏବଂ ଇରାନର ସୈନ୍ୟ କ୍ଷମତାକୁ ପ୍ରାୟତଃ ଶେଷ କରିଦିଆଯାଇଛି । ବହୁତ ଶିଘ୍ର ସ୍ଟ୍ରେଟ ଅଫ୍ ହରମୁଜ ଉପରେବି ରହିବ ନିୟନ୍ତ୍ରଣ। ଦୁଇଦିନ ପୁର୍ବରୁ ହବାର ଥିଲା ଶାନ୍ତିଚୁକ୍ତି, କିନ୍ତୁ ଠିକ୍ ସମୟରେ ପଛକୁ ହଟିଗଲା ଇରାନ ବର୍ତ୍ତମାନ ଆମେରିକାଠୁ ଖାଉଛନ୍ତି ମାଡ ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କହିବା ଅନୁଯାଇ ଇରାନର ସୈନ୍ୟବାହିନୀ ପୁର୍ଣ୍ଣତଃ ନଷ୍ଟ ହୋଇଯାଇଛି ଓ ମୋଜତାବା ଖାମେନଇ ମଧ୍ୟ ପ୍ରାୟତଃ ଶେଷ ହେବା ଉପରେ । ସେମାନେ ଇରାନ ଉପରେ ନାକାବନ୍ଦି କରିବା ସହ ହରମୁଜ ଦେଇ ଯାଉଥିବା ଜାହାଜ ଠାରୁ ପଇସା ଆଦାୟ କରିବା ପାଇଁ ଆହ୍ୱାନ କରିଛନ୍ତି । ଆମେରିକା ନିଜକୁ ଏହି ଜଳମାର୍ଗର ରକ୍ଷକ ଘୋଷଣାକରିବା ସହ ୨୦ ପ୍ରତିଶତ ଟୋଲ ଟ୍ୟାକ୍ସ ଆଦାୟ କରିବାକୁ ପ୍ରସ୍ତାବ ରଖିଛି ।










