28.1 C
Bhubaneswar
Tuesday, July 14, 2026
Homeଓଡିଶାଖୁବଶୀଘ୍ର ଦେବ୍ରିଗଡ଼କୁ ମିଳିପାରେ ଜାତୀୟ ଉଦ୍ୟାନର ମାନ୍ୟତା

ଖୁବଶୀଘ୍ର ଦେବ୍ରିଗଡ଼କୁ ମିଳିପାରେ ଜାତୀୟ ଉଦ୍ୟାନର ମାନ୍ୟତା

ସମ୍ବଲପୁର: ଓଡ଼ିଶାର ବନ୍ୟପ୍ରାଣୀ ସଂରକ୍ଷଣ ଓ ପର୍ଯ୍ୟଟନ କ୍ଷେତ୍ରରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ନୂଆ ସଫଳତା । ସମ୍ବଲପୁର ଜିଲ୍ଲାର ପ୍ରସିଦ୍ଧ ଦେବ୍ରିଗଡ଼ ଅଭୟାରଣ୍ୟକୁ ଖୁବଶୀଘ୍ର ଜାତୀୟ ଉଦ୍ୟାନ ବା ନ୍ୟାସନାଲ ପାର୍କର ମାନ୍ୟତା ମିଳିପାରେ । ଏନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଯଦି ସବୁକିଛି ଠିକ୍ ରହେ, ତେବେ ଶିମିଳିପାଳ ଓ ଭିତରକନିକା ପରେ ଦେବ୍ରିଗଡ଼ ରାଜ୍ୟର ତୃତୀୟ ଜାତୀୟ ଉଦ୍ୟାନ ଭାବେ ପରିଗଣିତ ହେବ ।ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଦେବ୍ରିଗଡ଼କୁ ଏହି ମାନ୍ୟତା ପ୍ରଦାନ କରିବା ପାଇଁ ଆବଶ୍ୟକ ଥିବା ସମସ୍ତ ବୈଷୟିକ ପ୍ରକ୍ରିୟା ବା ଟେକନିକାଲ ଫର୍ମାଲିଟିଜ୍ ଶେଷ ହୋଇଛି । ଏହି ସମ୍ପର୍କିତ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇ ସାରିଛି । କେନ୍ଦ୍ରର ମୋହର ବାଜିବା ପରେ ଏହା ବିଧିବଦ୍ଧ ଭାବେ ଜାତୀୟ ଉଦ୍ୟାନର ମାନ୍ୟତା ପାଇବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking