34.5 C
Bhubaneswar
Monday, July 13, 2026
Homeଓଡିଶାଶ୍ରୀଅଲାରନାଥଙ୍କ ଅଣସର ଦର୍ଶନର ଆଜି ଶେଷ ଦିନ

ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନର ଆଜି ଶେଷ ଦିନ

ପୁରୀ: ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନର ଆଜି ଶେଷ ଦିନ । ଏହି ଅବସରରେ ପୁରୀ ଜିଲ୍ଲା ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି । ଭୋରୁଠାରୁ ହିଁ ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ମନ୍ଦିରରେ ପହଞ୍ଚିଛନ୍ତି । ସକାଳ ୬ଟାରୁ ସାଧାରଣ ଦର୍ଶନ ଆରମ୍ଭ ହୋଇଥିବା ବେଳେ ଧାଡ଼ିରେ ଯାଇ ଭକ୍ତମାନେ ଶ୍ରୀଅଲାରନାଥଙ୍କ ଦର୍ଶନ କରୁଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ଅଣସର ସମୟରେ ଶ୍ରୀଅଲାରନାଥଙ୍କ ଦର୍ଶନର ବିଶେଷ ମହତ୍ତ୍ୱ ରହିଥାଏ । ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ଏହି ପବିତ୍ର ଦର୍ଶନର ସୁଯୋଗ ନେଉଛନ୍ତି । ଭିଡ଼କୁ ନଜରରେ ରଖି ମନ୍ଦିର ପରିସର ଓ ଆଖପାଖ ଅଞ୍ଚଳରେ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ଓ ଭକ୍ତଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking