34.5 C
Bhubaneswar
Monday, July 13, 2026
Homeଓଡିଶାସର୍ବକ୍ଷମା ଯୋଜନା ପାଇଁ ଆବେଦନ ଆହ୍ୱାନ କଲା ଇପିଏଫଓ

ସର୍ବକ୍ଷମା ଯୋଜନା ପାଇଁ ଆବେଦନ ଆହ୍ୱାନ କଲା ଇପିଏଫଓ

ଭୁବନେଶ୍ୱର:  କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବକ୍ଷମା ଯୋଜନା ୨୦୨୬ ଆରମ୍ଭ କରାଯାଇଥିବା କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ସୂଚନା ଦେଇଛି । ଆୟକର ଆଇନ ୧୯୬୧ଅଧୀନରେ ମାନ୍ୟତାପ୍ରାପ୍ତ ପ୍ରୋଭିଡେଣ୍ଟ ଫଣ୍ଡ ଟ୍ରଷ୍ଟ ଚଳାଉଥିବା ସଂସ୍ଥାଗୁଡ଼ିକୁ
ନିଜର ସ୍ଥିତି ନିୟମିତ କରିବା ଲାଗି ଏହି ଯୋଜନାରେ ଛଅ ମାସର ସମୟସୀମା ଦିଆଯାଇଛି ।ଗତ ଜୁନ୍‌ ୨୯ ତାରିଖରେ ଯୋଜନାର ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଜ୍ଞପ୍ତି ପ୍ରକାଶପାଇବାର ଛଅ ମାସ ପର୍ଯ୍ୟନ୍ତ ଯୋଜନାର ଅବଧି ବଳବତ୍ତର ରହିବ ।ଏହି ଯୋଜନା ସେହିପ୍ରତିଷ୍ଠାନଗୁଡ଼ିକ ପାଇଁ ପ୍ରଯୁଜ୍ୟ ଯାହା ଆୟକର ଆଇନ, ୧୯୬୧ଅନୁଯାୟୀ ସ୍ୱୀକୃତିପ୍ରାପ୍ତ ଭବିଷ୍ୟନିଧି ପାଣ୍ଠି ଟ୍ରଷ୍ଟ ପରିଚାଳନା କରିଆସୁଛନ୍ତି ।ତେବେ କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କ ଠାରୁ ଆନୁଷ୍ଠାନିକ ଛାଡ଼ ନୋଟିସ୍‌ପ୍ରାପ୍ତ କରିଥିବା ସଂସ୍ଥା କ୍ଷେତ୍ରରେ ଏହା ପ୍ରଯୁଜ୍ୟ ହେବ ନାହିଁ ।ବର୍ଗ ୧ରେ ପିଛିଲା ତାରିଖରୁ ନିୟମିତ କରୁଥିବା ପ୍ରତିଷ୍ଠାନ, ପୂର୍ବରୁ ଛାଡ଼ ସୁବିଧା ନପାଇନିୟମ ପାଳନ କରୁଥିବା ସଂସ୍ଥା ଏବଂ କିମ୍ବା ଭବିଷ୍ୟତରେ ନିୟମ ପାଳନ କରିବାର ବିକଳ୍ପଚୟନ କରିଥିବା ସଂସ୍ଥା ଏହି ସୁବିଧା ପାଇପାରିବେ । ବର୍ଗ ୨ରେ ଟ୍ରଷ୍ଟକୁ ପିଛିଲା ତାରିଖଠାରୁ ନିୟମିତ କରାଇବାକୁ ଚାହୁଁଥିବା ଅନୁଷ୍ଠାନ ଏବଂ ସାମାଜିକ ସୁରକ୍ଷା କୋଡ୍‌ ୨୦୨୦ଅଧୀନରେ ଛାଡ଼ ପାଇଥିବା ଏବଂ କାର୍ଯ୍ୟ ଜାରି ରଖିଥିବା ଅନୁଷ୍ଠାନଗୁଡ଼ିକୁ ମଧ୍ୟ ସୁବିଧାମିଳିପାରିବ ।ସର୍ବକ୍ଷମା ଯୋଜନାରେ ଟ୍ରଷ୍ଟର ଆରମ୍ଭରୁ ନିର୍ଦ୍ଦିଷ୍ଟ କଟ-ଅଫ୍ ତାରିଖ ପର୍ଯ୍ୟନ୍ତଛାଡ଼ ସ୍ଥିତି ଏବଂ ଟ୍ରଷ୍ଟ ସ୍ୱୀକୃତି ପ୍ରଦାନ କରାଯିବ। ସାମାଜିକ ସୁରକ୍ଷା କୋଡ୍‌୨୦୨୦ ଅନୁଯାୟୀ, ସର୍ବନିମ୍ନ କର୍ମଚାରୀଙ୍କ ସଂଖ୍ୟା ଏବଂ କର୍ପସ ଆକାର ନିୟମ ଛାଡ଼କରାଯାଇଛି। ୩ ବର୍ଷର ପୂର୍ବ ଅନୁପାଳନ ନିୟମକୁ ସନ୍ତୋଷଜନକ ବୋଲି ଗ୍ରହଣକରାଯିବ । ଯଦି ସଦସ୍ୟ ଆକାଉଣ୍ଟଗୁଡ଼ିକ ବୈଧାନିକ ହାର ସହିତ ସମାନ କିମ୍ବା ତାଠାରୁଭଲ ସୁଧ ଏବଂ ଅବଦାନ ପାଇଥାନ୍ତି ତା’ହେଲେ ଦେୟ, କ୍ଷତି ଏବଂ ସୁଧ ପାଇଁ ବିଚାରାଧୀନମୂଲ୍ୟାଙ୍କନ ପ୍ରତ୍ୟାହାର ଏବଂ ହ୍ରାସ କରାଯିବ । ପୂର୍ବ ଚୂଡ଼ାନ୍ତ ନିର୍ଦ୍ଦେଶଗୁଡ଼ିକୁଅଚଳ ବୋଲି ବିବେଚନା କରାଯିବ।ଯୋଗ୍ୟ ପ୍ରତିଷ୍ଠାନଗୁଡ଼ିକ କେନ୍ଦ୍ର ସରକାରଙ୍କ ନିକଟରେ ଏକ ଆନୁଷ୍ଠାନିକ ଆବେଦନଦାଖଲ କରିବେ। ଆବେଦନଗୁଡ଼ିକ ଇମେଲ ମାଧ୍ୟମରେ ସମ୍ପୃକ୍ତ ଆଞ୍ଚଳିକକାର୍ଯ୍ୟାଳୟରେ ମଧ୍ୟ ଦାଖଲ କରାଯାଇପାରିବ। ଏହି ଯୋଜନାର ଲାଭ ଉଠାଇବା ପାଇଁଆଗ୍ରହ ଦର୍ଶାଇ ମଧ୍ୟ rc.exemption@epfindia.gov.in ଠିକଣାରେ ଇମେଲ୍କରାଯାଇପାରିବ। ଆର୍ଥିକ ଆକାଉଣ୍ଟଗୁଡ଼ିକର ଅଡିଟ୍ ଜଣେ ଚାର୍ଟାର୍ଡ​​ଆକାଉଣ୍ଟାଣ୍ଟଙ୍କ ଦ୍ୱାରା କରାଯିବା ଉଚିତ୍‌ । ଇପିଏଫ କର୍ତ୍ତୃପକ୍ଷଙ୍କ ଦ୍ୱାରାନିର୍ଦ୍ଦେଶିତ ସ୍ୱତନ୍ତ୍ର/ଅନୁପାଳନ ଅଡିଟ୍ ଆବେଦନର ୩ ମାସ ମଧ୍ୟରେ ସମାପ୍ତହେବା ଆବଶ୍ୟକ।ଏହି ସର୍ବକ୍ଷମା ଯୋଜନା ସଂକ୍ରାନ୍ତ ବିବରଣୀ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଯୋଜନା୨୦୨୬ର ସଂଲଗ୍ନକ-ସିରେ ଉଲ୍ଲେଖ କରାଯାଇଛି ଏବଂ ଗତ ୨୯ ଜୁନରେ ଜାରି ଗେଜେଟ୍‌ବିଜ୍ଞପ୍ତିରେ ଏହାର ଉଲ୍ଲେଖ କରାଯାଇଛି । ଏହାସହିତ ସର୍କୁଲାର, ଏସଓପି ଆଦିରବିସ୍ତୃତ ପ୍ରକ୍ରିୟା ଇପିଏଫଓ ୱେବସାଇଟରେ ଦିଆଯାଇଛି । ଇପିଏଫଓ କ୍ଷେତ୍ରାଧିକାରକ୍ଷେତ୍ରୀୟ କାର୍ଯ୍ୟାଳୟ ଆବଶ୍ୟକ ମାର୍ଗଦର୍ଶନ ପ୍ରଦାନ କରିବ ଏବଂପ୍ରତିଷ୍ଠାନଗୁଡ଼ିକରୁ ଆବେଦନଗୁଡ଼ିକୁ ଗ୍ରହଣ / ପ୍ରକ୍ରିୟାକରଣ କରିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking