33.3 C
Bhubaneswar
Sunday, July 12, 2026
Homeଅପରାଧନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା

ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା

ଗାଜିଆବାଦ୍‌:ଗାଜିଆବାଦ୍‌ରେ ଜଣେ ୭ ବର୍ଷର ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରି ହତ୍ୟା କରାଯିବା ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ନାବାଳିକାର ମୃତଦେହ ଗାଜିଆବାଦ୍‌ ରାଜନଗର ନିକଟରେ ଥିବା ନିର୍ମାଣାଧୀନ କୋଠାରୁ ଶନିବାର ଭୋର୍‌ ସମୟରେ ମିଳିଥିଲା। ମୃତ ନାବାଳିକାର ପିତାମାତା ବିହାରରୁ ଆସି ଏଠାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ସେମାନେ ସେହି ନିର୍ମାଣାଧୀନ କୋଠା ନିକଟରେ ଏକ ଝୁମ୍ପୁଡ଼ି କରି ରହୁଥିଲେ। ମୃତକଙ୍କ ପରିବାରର କହିବାନୁଯାୟୀ ତାଙ୍କ ଝିଅକୁ କେତେକ ଯୁବକ ଚକୋଲେଟ୍‌, କୋଲଡ୍‌ ଡ୍ରିଙ୍କ୍‌ସ ଦେବା ବାହାନାରେ ଡାକି ନେଇ ଦୁଷ୍କର୍ମ ପରେ ହତ୍ୟା କରିଛନ୍ତି। ଏହି ଘଟଣାରେ ଦୁଇଜଣ ସଂପୃକ୍ତ ଥିବା ସେମାନେ ଅଭିଯୋଗ କରିଛନ୍ତି। ଏହି ଖବର ପାଇ ଗାଜିଆବାଦ୍‌ର ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବାନୁଯାୟୀ ନାବାଳିକାକୁ ଦୁଷ୍କର୍ମ ପରେ ଲୁହାଛଡ଼ରେ ପିଟି ହତ୍ୟା କରାଯାଇଛି। ବିଶେଷଜ୍ଞ ଦଳ ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରିଛନ୍ତି। ଏହି ଘଟଣାକୁ ନେଇ କେତେକ ବ୍ୟକ୍ତିଙ୍କୁ ଅଟକ ରଖାଯାଇ ପଚରାଉଚରା ଚାଲିଛି। ମୃତକଙ୍କ ପରିବାର ତରଫରୁ ଅଭିଯୋଗ ହେବା ପରେ ପୁଲିସ ଅପହରଣ, ଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking