35.3 C
Bhubaneswar
Saturday, July 11, 2026
Homeଓଡିଶାପୁଣି ଲଘୁଚାପ: ପ୍ରବଳ ବର୍ଷିବ, ଆଲର୍ଟ ଜାରି

ପୁଣି ଲଘୁଚାପ: ପ୍ରବଳ ବର୍ଷିବ, ଆଲର୍ଟ ଜାରି

ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ରାଜ୍ୟରେ ଆଗାମୀ ୭ ଦିନ ଧରି ପ୍ରବଳ ବର୍ଷା ର ସମ୍ଭାବନା ରହିଛି । ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ସମୁଦ୍ରପତ୍ତନଠାରୁ ୪.୫ ରୁ ୫.୮ କିମି ଉଚ୍ଚତାରେ ଏହା ସକ୍ରିୟ ରହିଛି । ତେବେ ପାଗ ଅନୁକୂଳ ଥିବାରୁ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ ଆସନ୍ତା ୭ ଦିନ ଯାଏ ରାଜ୍ୟରେ ଘଡଘଡି ବର୍ଷା ସହ ଲାଗିରହିବ । ଏଥିସହ ୧୩ରୁ ବର୍ଷା ପରିମାଣ ବଢିବ ବୋଲି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ଡ ମନୋରମା ମହାନ୍ତି ସୂଚନା ଦେଇଛନ୍ତି । ଶୁକ୍ରବାର ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେଇଥିବା ବେଳେ ଶନିବାର ମଧ୍ୟ ହାଲୁକାରୁ ମଧ୍ୟ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ଏଥିସହ ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ବର୍ଷା ସହିତ ଘଡଘଡି, ବିଜୁଳି ଓ ଝଟକା ପବନ ବହିବାର ସମ୍ଭାବନା ରହିଥିବାରୁ ୟେଲ୍ଲୋ ୱାଣ୍ଣିଂ ଜାରି କରାଯାଇଛି । ସେହିପରି ଚଳିତ ମୌସୁମୀ ବର୍ଷାରେ ଏଯାବତ ୬ ଜିଲ୍ଲାରେ ଅତ୍ୟଧିକ ବର୍ଷା ରେକର୍ଡ କରାଯାଇଥିବା ବେଳେ ୫ଟି ଜିଲ୍ଲାରେ ଅଧିକ ବର୍ଷା , ୧୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ଏବଂ ୪ଟି ଜିଲ୍ଲା ଯଥା ସୁନ୍ଦରଗଡ, ନବରଙ୍ଗପୁର, ଦେବଗଡ ଓ କଳାହାଣ୍ଡି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking