28.1 C
Bhubaneswar
Friday, August 21, 2026
Homeଦେଶ ବିଦେଶପ୍ରୟାଗରାଜରେ ଫୁଲୁଛି ଗଙ୍ଗା-ଯମୁନା: ରାସ୍ତାରେ ମାଡ଼ିଲା ବନ୍ୟା ପାଣି

ପ୍ରୟାଗରାଜରେ ଫୁଲୁଛି ଗଙ୍ଗା-ଯମୁନା: ରାସ୍ତାରେ ମାଡ଼ିଲା ବନ୍ୟା ପାଣି

ନୂଆଦିଲ୍ଲୀ : ସଙ୍ଗମ ନଗରୀ ପ୍ରୟାଗରାଜରେ ଗଙ୍ଗା ଓ ଯମୁନା ନଦୀର ଜଳସ୍ତର ଲଗାତାର ବଢ଼ିବାରେ ଲାଗିଛି । ଜଳସ୍ତର ବୃଦ୍ଧିର ପ୍ରଭାବ ଏବେ ସଙ୍ଗମ ଅଞ୍ଚଳ ଛାଡ଼ି ସହରର ଅନେକ ରାସ୍ତା ଯାଏଁ ପହଞ୍ଚିଛି । ନାଗବାସୁକୀ ରୋଡ୍, ମେରାଇନ୍ ଡ୍ରାଇଭ୍ ଏବଂ ରିଭର ଫ୍ରଣ୍ଟ ଅଞ୍ଚଳରେ ମଧ୍ୟ ପାଣି ଜମିବା ଆରମ୍ଭ ହୋଇଛି । ଗଙ୍ଗାର ପାଣି ଏବେ ସଡ଼କ ଉପରକୁ ମାଡ଼ି ଆସିଛି । ଯଦି ଏଭଳି ଭାବେ ଜଳସ୍ତର ବଢ଼ି ଚାଲେ, ତେବେ ଆଗାମୀ ଦିନରେ ମେରାଇନ୍ ଡ୍ରାଇଭ୍‌ର ବଡ଼ ଅଂଶ ପାଣିରେ ବୁଡ଼ିଯିବାର ଆଶଙ୍କା ରହିଛି । ଯେଉଁ ରାସ୍ତାରେ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଲୋକଙ୍କ ଭିଡ଼ ଜମୁଥିଲା, ସେଠାରେ ଏବେ ବନ୍ୟା ପାଣି ଦେଖିବାକୁ ମିଳୁଛି ।   ଶ୍ରଦ୍ଧାଳୁମାନେ ମଧ୍ୟ ପାଣି ଭର୍ତ୍ତି ରାସ୍ତାରେ ଯାଇ ସ୍ନାନ କରୁଥିବା ଦେଖାଯାଉଛି । ଜଳସ୍ତର ବଢ଼ିବାରୁ ସଙ୍ଗମର ଅବସ୍ଥାନ ମଧ୍ୟ ବଦଳିଛି । ପୂର୍ବରୁ ଯେଉଁ ସଙ୍ଗମ ପ୍ରାୟ ୨ରୁ ୨.୫ କିଲୋମିଟର ଭିତରେ ଥିଲା, ଏବେ ଆରତୀ ସ୍ଥଳ ନିକଟରେ ହିଁ ଲୋକେ ସ୍ନାନ କରୁଛନ୍ତି । ଦାରାଗଞ୍ଜ ଅଞ୍ଚଳର ଦଶାଶ୍ୱମେଧ ଘାଟର ଗୁମ୍ବଜ ମଧ୍ୟ ପାଣିରେ ବୁଡ଼ିଯାଇଛି । ତେବେ ଏବେ ସୁଦ୍ଧା ଗଙ୍ଗା ଓ ଯମୁନା ନଦୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking