30.9 C
Bhubaneswar
Thursday, July 9, 2026
Homeଓଡିଶାଇଭି ଋଣ ବନ୍ଦକୁ ବିରୋଧ: ରାଜ୍ୟପାଳଙ୍କ ଦ୍ୱାରସ୍ଥ ସରକାରୀ କର୍ମଚାରୀ

ଇଭି ଋଣ ବନ୍ଦକୁ ବିରୋଧ: ରାଜ୍ୟପାଳଙ୍କ ଦ୍ୱାରସ୍ଥ ସରକାରୀ କର୍ମଚାରୀ

ଭୁବନେଶ୍ୱର : ସରକାରୀ କର୍ମଚାରୀଙ୍କ ପାଇଁ ଇଭି ଋଣ ବନ୍ଦ ପ୍ରସଙ୍ଗ । ରାଜ୍ୟପାଳଙ୍କ ଦ୍ୱାରସ୍ଥ ହେଲେ ସରକାରୀ କର୍ମଚାରୀ ସଂଘ । ରାଜ୍ୟପାଳଙ୍କ ହସ୍ତକ୍ଷେପ ପରେ ଅର୍ଥ ବିଭାଗକୁ ରିପୋର୍ଟ ମାଗିଲା ବାଣିଜ୍ୟ ଓ ପରିବହନ ବିଭାଗ । ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବନ୍ଦ କରାଯାଇଥିବା ସୁଧମୁକ୍ତ ଇଭି ଋଣ ସୁବିଧାକୁ ପୁନଃ ଲାଗୁ କରିବା ଏବଂ ଓଡ଼ିଶା ଇଲେକ୍ଟ୍ରିକ୍ ଭେହିକିଲ୍ ନୀତି–୨୦୨୧ରେ ଥିବା ୧୦୦ ପ୍ରତିଶତ ଋଣ ସୁବିଧାକୁ ପୁଣିଥରେ ଆରମ୍ଭ କରିବା ଦାବି ଜୋର ଧରିଛି । ଏ ସମ୍ପର୍କରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ମିଳିଥିବାଚିଠି ଅନୁଯାୟୀ, ବାଣିଜ୍ୟ ଓ ପରିବହନ ବିଭାଗ ଅର୍ଥ ବିଭାଗକୁ ପଠାଇ ତୁରନ୍ତ ପଦକ୍ଷେପ ନେବା ରିପୋର୍ଟ  ଦାଖଲ କରିବାକୁ କହିଛି । ଓଡ଼ିଶା ସରକାରୀ କର୍ମଚାରୀ ୟୁନାଇଟେଡ୍ ଆସୋସିଏସନ୍ ରାଜ୍ୟପାଳଙ୍କୁ ଦେଇଥିବା ଆବେଦନରେ ଦର୍ଶାଇଛି ଯେ, ଅର୍ଥ ବିଭାଗ ୨୦୨୬ ଏପ୍ରିଲ୍ ୧ରୁ ସରକାରୀ କର୍ମଚାରୀଙ୍କ ପାଇଁ ସୁଧମୁକ୍ତ ଇଭି ଋଣ ସୁବିଧା ବନ୍ଦ କରିଛି ।

ଫଳରେ ରାଜ୍ୟରେ ବୈଦ୍ୟୁତିକ ଯାନ ବ୍ୟବହାରକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରଣୀତ ଇଭି ନୀତିର ମୂଳ ଉଦ୍ଦେଶ୍ୟ ବାଧାପ୍ରାପ୍ତ ହେଉଛି । ସଂଘ କହିଛି, ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବାବେଳେ ବଜାରରେ ଉପଲବ୍ଧ ବୈଦ୍ୟୁତିକ କାରର ଦାମ ପ୍ରାୟ ୧୦ ଲକ୍ଷରୁ ୧୮ ଲକ୍ଷ ଟଙ୍କା ମଧ୍ୟରେ ରହିଛି । ଏପରି ସ୍ଥିତିରେ ସୁଧମୁକ୍ତ ଋଣ ସୁବିଧା ନ ଥିଲେ ମଧ୍ୟବିତ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଇଭି କିଣିବା କଷ୍ଟକର ହେବ । ବ୍ୟାଙ୍କରୁ ବ୍ୟବସାୟିକ ସୁଧରେ ଋଣ ନେବାକୁ ବାଧ୍ୟ ହେଲେ ସେମାନଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ ଏବଂ ଇଭି କ୍ରୟ ପ୍ରତି ଆଗ୍ରହ କମିଯିବ ବୋଲି ସଂଘ ଦର୍ଶାଇଛି । ଏନେଇ ଓଡ଼ିଶା ପ୍ରଶାସନିକ ସେବା ସଂଘ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking