ନୂଆଦିଲ୍ଲୀ: ବିଦେଶରେ ଆୟୋଜିତ ଅଦିନିଆ ରଥଯାତ୍ରାକୁ ନେଇ ଚାଲିଥିବା ବିବାଦ ଏବେ ନୂଆ ମୋଡ ନୋଇଛି । ପୁନର୍ବିଚାର ପାଇଁ କରାଯାଇଥିବା ଆବେଦନକୁ ଇସ୍କନ ପକ୍ଷରୁ ଖାରଜ କରାଯାଇଥିବା ସୂଚନା ମିଳିଛି । ଏନେଇ ଗଜପତି ମହାରାଜା ସୂଚନା ଦେଇଛନ୍ତି । ଇସ୍କନ ଜିବିସି ଅଧ୍ୟକ୍ଷଙ୍କ ପକ୍ଷରୁ ଏକ- ଇମେଲ ମାଧ୍ୟମରେ ଏହି ଜବାବ ଦିଆଯାଇଥିବା କୁହାଯାଇଛି । ଇସ୍କନ ପକ୍ଷରୁ କୁହାଯାଇଛି ଯେ, ଏହି ବିଷୟରେ ଆଉ କୌଣସି ପଦକ୍ଷେପ ନିଆଯିବା ସମ୍ଭବ ନୁହେଁ, ଆଲୋଚନାକୁ ସମ୍ମାନର ସହ ଶେଷ କରାଯାଉଛି ବୋଲି ଇସ୍କନ ପକ୍ଷରୁ ଜଣାଇ ଦିଆଯାଇଛି । ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାର ପରମ୍ପରା ଓ ତିଥିକୁ ନେଇ ଓଡିଶାରେ ଦୀର୍ଘଦିନ ଧରି ଆପତ୍ତି ଉଠିଆସୁଛି । ବିଶେଷକରି ବିଦେଶରେ ନିର୍ଦ୍ଧାରିତ ସମୟ ବାହାରେ ରଥଯାତ୍ରା ଆୟୋଜନକୁ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହାକୁ ନେଇ ଆଲୋଚନା ଓ ଅନୁରୋଧ ପରେ ମଧ୍ୟ ଇସ୍କନ ପକ୍ଷରୁ ଏବେ ନିଜର ନିଷ୍ପତ୍ତି ସ୍ପଷ୍ଟ କରାଯାଇଛି ।










