28.3 C
Bhubaneswar
Wednesday, July 8, 2026
Homeଓଡିଶାସଡ଼କ ସୁରକ୍ଷା ଓ ଦୁର୍ଘଟଣା ହ୍ରାସ କର୍ମଶାଳା ନେଇ ପ୍ରସ୍ତୁତି ବୈଠକ

ସଡ଼କ ସୁରକ୍ଷା ଓ ଦୁର୍ଘଟଣା ହ୍ରାସ କର୍ମଶାଳା ନେଇ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ବଢ଼ୁଥିବା ଜନସଂଖ୍ୟା ଓ ସଚେତନତା ଅଭାବରୁ ଦିନକୁ ଦିନ ସଡ଼କ ଦୁର୍ଘଟଣା ଘଟଣାମାନ ଦେଖିବାକୁ ମିଳୁଛି । ଦ୍ରୁତ ଗତିରେ ଗାଡ଼ି ଚଳାଇବା, ହେଲ୍‌ମେଟ୍‌ ପରିଧାନ ନ କରିବା, ଟ୍ରାଫିକ୍‌ ନିୟମ ନ ମାନିବା ଏବଂ ମଦ୍ୟପାନ କରି ଗାଡ଼ି ଚଳାଇବା ଯୋଗୁଁ ଅନେକ ଦୁର୍ଘଟଣା ଘଟିବା ସହ ଧନଜୀବନ ହାନି ଘଟୁଛି । ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ଏବଂ ସୁରକ୍ଷିତ ଯାତ୍ରାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଗାମୀ ଦିନରେ ଏକ ଦୁଇଦିନିଆ କର୍ମଶାଳା ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦୁର୍ଘଟଣାର ସ୍ଥିତି, ଦୁର୍ଘଟଣାର କାରଣ ଏବଂ ଏହାକୁ କମ୍‌ କରିବା ଦିଗରେ କ’ଣସବୁ ପଦକ୍ଷେପ ନିଆଯାଇପାରିବ ସେଥିନେଇ ଆଲୋଚନା ହୋଇଥିଲା । ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଦୁର୍ଘଟଣାପ୍ରବଣ ଅଞ୍ଚଳ ଚିହ୍ନଟ ସହ ଏହାର ସଠିକ୍‌ ପରିଚାଳନା, ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରି ଉନ୍ନତ ତଥା ଦୁର୍ଘଟଣାମୁକ୍ତ ରାସ୍ତା ନିର୍ମାଣ, ଜାତୀୟ ରୋଡ୍‌ କଂଗ୍ରେସ୍‌ ମାର୍ଗଦର୍ଶିକା ଅନୁସାରେ ପାଦଚଲା ରାସ୍ତା ନିର୍ମାଣ ଏବଂ ବିଭିନ୍ନ ବିଭାଗ ସମନ୍ୱୟରେ ଜିଲ୍ଲାୱାରୀ ସଡ଼କ ଦୁର୍ଘଟଣା ହ୍ରାସ ଲାଗି ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ ରାସ୍ତା କଡ଼ରେ ଭାରିଯାନ ରହିବା ସ୍ଥାନ ଏବଂ ୱେ-ସାଇଡ୍‌ ଆମିନିଟିଜ୍‌ ନିର୍ମାଣ ସହ ଦୁର୍ଘଟଣାପ୍ରବଣ ଅଞ୍ଚଳରେ ଆମ୍ବୁଲାନ୍ସ ରହଣି ନେଇ ବ୍ୟବସ୍ଥା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ବୈଠକରେ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଏନ୍‌ବିଏସ୍‌ ରାଜପୁତ, ପରିବହନ କମିଶନର ଶ୍ରୀ ଅମିତାଭ୍‌ ଠାକୁରଙ୍କ ସମେତ ପୂର୍ତ୍ତ ବିଭାଗ, ଜାତୀୟ ରାଜପଥ ପ୍ରାଧିକରଣ, ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking