28.1 C
Bhubaneswar
Wednesday, September 23, 2026
Homeଓଡିଶାସୁନା ଦୋକାନ, ପେଟ୍ରୋଲ ପମ୍ପରେ ଓଜନ ଠକେଇ

ସୁନା ଦୋକାନ, ପେଟ୍ରୋଲ ପମ୍ପରେ ଓଜନ ଠକେଇ

ଭୁବନେଶ୍ୱର: ସୁନା କିଣିବା ବେଳେ, ପେଟ୍ରୋଲ ପକାଇବା ବେଳେ ରୁହନ୍ତୁ ସାବଧାନ। କାରଣ ଓଜନ ମାପର ଠକୁଛନ୍ତି ଦୋକାନୀ । ଏଭଳି ତଥ୍ୟ ଆସିଛି ବିଧାନସଭାରୁ । ମାପ ଓଜନରେ ୩ ବର୍ଷରେ ସାମ୍ନାକୁ ଆସିଲାଣି ୨୩୦ଟି ଠକେଇ ମାମଲା । ସୁନା ଗହଣା ଠକେଇରେ ମୋଟ ୧୭ଟି ମାମଲା ରୁଜୁ ହୋଇଥିବାବେଳେ ପେଟ୍ରୋଲ ପମ୍ପ୍ ରେ ୧୦୯ଟି ଠକେଇ ମାମଲା ସାମ୍ନାକୁ ଆସିଛି । ମାପ ଓଜନ ଠକେଇ ମାମଲାରେ ମୋଟ ୩୨ ଲକ୍ଷ ୧୦ ହଜାର ଫାଇନ୍  ଆଦାୟ ହୋଇଛି । ସୁନା ଠକେଇ ମାମଲାରେ ୨ ଲକ୍ଷ ୮୩ ହଜାର ଫାଇନ୍ ଆଦାୟ ହୋଇଛି । ସେହିଭଳି ପେଟ୍ରୋଲ ପମ୍ପ୍ ଠକେଇରେ ୧୪ ଲକ୍ଷ ୩୬ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ବିଧାନସଭା ତଥ୍ୟରୁ ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking