28.3 C
Bhubaneswar
Wednesday, July 8, 2026
Homeଓଡିଶାଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସମୀକ୍ଷା ବୈଠକ

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସମୀକ୍ଷା ବୈଠକ

ରାଜ୍ୟରେ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ନୂତନ ସରକାର ଆସିବା ପରେ ପ୍ରଥମ ଦିନରୁ ହିଁ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ପ୍ରକଳ୍ପକୁ ଏକ ଫ୍ଲାଗସିପ୍ କାର୍ଯ୍ୟକ୍ରମ (Flagship Programme) ଭାବେ ଗ୍ରହଣ କରାଯାଇଛି। ଏହି ଯୋଜନାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଭୁବନେଶ୍ୱରସ୍ଥିତ ଲୋକ ସେବା ଭବନଠାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ ପାଇଁ ସରକାର ପ୍ରାୟ ୨୨୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟବସ୍ଥା କରିଛନ୍ତି, ଯେଉଁଠାରେ କି ପ୍ରଥମ ବଜେଟ୍‌ରେ ମାତ୍ର ୫୦ କୋଟି ଟଙ୍କାର ପ୍ରାବଧାନ ରହିଥିଲା। ତେବେ ବିଦ୍ୟାଳୟ ନିର୍ମାଣ ପାଇଁ ଜମି ଚିହ୍ନଟ ପ୍ରକ୍ରିୟାରେ ବିଳମ୍ବ ହେଉଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୈଠକରେ ବିରକ୍ତି ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଜମି ପାଇବାରେ କିଛି ସମସ୍ୟା ଥାଇପାରେ, କିନ୍ତୁ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ଜମି ମିଳିବାରେ କୌଣସି ଅସୁବିଧା ହେବା କଥା ନୁହେଁ। ମେଗା କ୍ୟାମ୍ପସ ନିର୍ମାଣ ପାଇଁ ୫ ଏକର ଜମିର ଆବଶ୍ୟକତା ରହିଛି ଏବଂ ପଞ୍ଚାୟତ ମଧ୍ୟରେ ଗ୍ରୀନ ଫିଲ୍ଡ (Green Field) ପ୍ରକଳ୍ପ ପାଇଁ ୫ ଏକର ଜମି ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ଯେଉଁ ବିଦ୍ୟାଳୟଗୁଡ଼ିକରେ ୫ ଏକରରୁ କମ୍ ଜମି ଥିବ, ସେଠାରେ ବିଦ୍ୟାଳୟକୁ ଲାଗି ରହିଥିବା ସରକାରୀ କିମ୍ବା ବେସରକାରୀ ଜମିକୁ କିଣାଯାଇ ବ୍ୟବହାର କରାଯାଇପାରିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ କହିଛନ୍ତି ଯେ, ଏହି ପ୍ରକଳ୍ପର ସଫଳତା ପାଇଁ ଜିଲ୍ଲାପାଳମାନଙ୍କ ଆନ୍ତରିକତା ଓ ସହଯୋଗ ଏକାନ୍ତ ଜରୁରୀ। ସମସ୍ତେ ଏହାକୁ ଗୁରୁତ୍ୱର ସହ ନେଇ ଧାର୍ଯ୍ୟ ଟାର୍ଗେଟ୍ ସମ୍ପୂର୍ଣ୍ଣ କରନ୍ତୁ। ଯଦି ପ୍ରଶାସନ ଗମ୍ଭୀରତାର ସହ କାମ କରେ, ତେବେ ୨୨୦୦ ବିଦ୍ୟାଳୟ ଖୁବ୍ ଶୀଘ୍ର ନିର୍ମାଣ ହୋଇପାରିବ। ରାଜ୍ୟରେ ସମୁଦାୟ ପ୍ରାୟ ୭୦୦୦ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରିବାର ଲକ୍ଷ୍ୟ ରହିଛି। ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୨୦ Font ସୁଦ୍ଧା ୨୨୦୦ ସ୍କୁଲ୍ ନିର୍ମାଣ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ସମୟସୀମା ଧାର୍ଯ୍ୟ କରିଛନ୍ତି। କାର୍ଯ୍ୟର ଅଗ୍ରଗତି ପାଇଁ ଜିଲ୍ଲାପାଳମାନେ ପ୍ରତି ସପ୍ତାହରେ ଏହାର ତଦାରଖ କରିବେ ଏବଂ ଏକ ସପ୍ତାହିକ ରିପୋର୍ଟ ପ୍ରସ୍ତୁତ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବଙ୍କୁ ପ୍ରଦାନ କରିବେ। ଏହା ସହିତ ମୁଖ୍ୟମନ୍ତ୍ରୀ ନିଜେ ପ୍ରତି ମାସରେ ଏହି ପ୍ରକଳ୍ପର ସମୀକ୍ଷା କରିବେ। ଆବଶ୍ୟକ ସ୍ଥଳେ ସ୍ଥାନୀୟ ଜମି ସମସ୍ୟା ସମାଧାନ ପାଇଁ ସମ୍ପୃକ୍ତ ଅଞ୍ଚଳର ବିଧାୟକମାନଙ୍କ ସାହାଯ୍ୟ ଲୋଡ଼ିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର ଡି. କେ. ସିଂ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଏନ୍. ତିରୁମାଲା ଏବଂ ଓସେପା (OSEPA) ର ନିର୍ଦ୍ଦେଶିକା ଅନନ୍ୟା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking