ମାଲକାନଗିରି: ମାଲକାନଗିରି ସହ ଏବେ ସାରା ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଏବେ ମାଲକାନଗିରି ବିମାନବନ୍ଦରରୁ ଡବଲ ଇଞ୍ଜିନ ବିମାନ ଉଡ଼ିବ । ଏହି ବିମାନ ଉଡ଼ିବା ପରେ ମାଲକାନଗିରି ହେବ ବେସାମରିକ ବିମାନ ଚଳାଚଳର ହବ୍ । ଡବଲ ଇଞ୍ଜିନ୍ ବିମାନ ଉଡ଼ିବା ପାଇଁ ଡିପିଆର ପ୍ରସ୍ତୁତ ହେଉଛି । ଏଥିରେ ରନୱେ ଆଉ ୩ଶହ ମିଟର ବୃଦ୍ଧି କରାଯିବ । ଏଥିପାଇଁ ୫୮ କୋଟି ଟଙ୍କାର ଅତିରିକ୍ତ ଏଷ୍ଟିମେଟ୍ ପ୍ରସ୍ତୁତ କରାଯାଇଛି । କେବଳ ମୁଖ୍ୟ ଯନ୍ତ୍ରୀଙ୍କ ଅନୁମୋଦନକୁ ଅପେକ୍ଷା କରାଯାଇଛି । ମୁଖ୍ୟ ଯନ୍ତ୍ରୀଙ୍କ ଅନୁମୋଦନ ପାଇବା ପରେ ବାଣିଜ୍ୟ ଓ ପରିବହନ ବିଭାଗର ଆର୍ଥିକ ମଞ୍ଜୁରି ବି ଆବଶ୍ୟକ । ଏନେଇ ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ ।










