ଭୁବନେଶ୍ଵର: ଏସ୍ଆଇଆର୍ ନେଇ ଆସିଲା ବିସ୍ତୃତ ରିପୋର୍ଟ । ସର୍ବାଧିକରେ ଗଞ୍ଜାମ ଜିଲ୍ଲାରେ ଭୋଟରଙ୍କୁ ବାଦ୍ ଦିଆଯାଇଛି । ୨ ଲକ୍ଷ ୭ ହଜାର ୬୨୪ ଜଣ ଭୋଟରଙ୍କ ନାଁ କଟିଛି । କଟକ ଜିଲ୍ଲାରୁ ୧ ଲକ୍ଷ ୫୫ ହଜାର ୧୬୪ ଜଣ ମତଦାତା ବାଦ ପଡ଼ିଛନ୍ତି । ଯାଜପୁରରେ ୧ ଲକ୍ଷ ୫ ହଜାର ୧୪ ଜଣ ବାଦ୍ ପଡ଼ିଛନ୍ତି। ସେହିପରି ମୟୂରଭଞ୍ଜରେ ୧ ଲକ୍ଷ ୧୧ ହଜାର ୨୬୭ ଜଣ ଭୋଟରଙ୍କୁ ବାଦ ଦିଆଯାଇଛି । ବାଲେଶ୍ୱରରେ ୯୩ ହଜାର ୬୪୯ ଜଣଙ୍କୁ କଢ଼ାଯାଇଛି। ପୁରୀ ଜିଲ୍ଲାରେ ୮୫ ହଜାର ୧୬୨ ଜଣଙ୍କୁ ବାଦ୍ ଦିଆଯାଇଛି । ସେହିଭଳି ସୁନ୍ଦରଗଡ଼ ଜିଲ୍ଲାରେ ୮୪ ହଜାର ୬୯୨, ବଲାଙ୍ଗୀରରେ ୯୯ ହଜାର ୨୫୮, ବରଗଡ଼ରେ ୭୪ ହଜାର ୪୦୫ ଜଣଙ୍କୁ ବାଦ୍ ଦିଆଯାଇଛି ।କଳାହାଣ୍ଡିରେ ୭୪ ହଜାର ୫୪୬, ଦେବଗଡ଼ରେ ୧୧ ହଜାର ୪ ଜଣଙ୍କୁ ବାଦ୍ ଦିଆଯାଇଥିବାବେଳେ ମାଲକାନଗିରି ଜିଲ୍ଲାରେ ସବୁଠାରୁ ଅଧିକ ପ୍ରତିଶତ ମତଦାତାଙ୍କୁ ବାଦ ଦିଆଯାଇଛି । ଏସ୍ଆଇଆର୍ ବେଳେ ଆହୁରି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଭୋଟର ଲିଷ୍ଟରେ ଥିଲେ ୮ ଲକ୍ଷ ୩୨ ହଜାର ୬୨୭ ଜଣ ମୃତ ଭୋଟର । ରାଜ୍ୟରୁ ୧ ଲକ୍ଷ ୯୯ ହଜାର ୨୫୧ ଭୋଟର ମଧ୍ୟ ଚିହ୍ନଟ ହୋଇ ପାରିନଥିବା ରିପୋର୍ଟରୁ ସାମ୍ନାକୁ ଆସିଛି ।










