34.4 C
Bhubaneswar
Thursday, July 2, 2026
Homeଓଡିଶାଘରୋଇ ମେସ୍‌ରୁ ୪ ଛାତ୍ର ନିଖୋଜ: ନିର୍ଯାତନା ଅଭିଯୋଗ ଆଣିଲେ ଅଭିଭାବକ

ଘରୋଇ ମେସ୍‌ରୁ ୪ ଛାତ୍ର ନିଖୋଜ: ନିର୍ଯାତନା ଅଭିଯୋଗ ଆଣିଲେ ଅଭିଭାବକ

ବାଲେଶ୍ୱର: ଘରୋଇ ମେସ୍‌ରୁ ଚାରି ଛାତ୍ର ନିଖୋଜ,ଥାନାର ଦ୍ବାରସ୍ଥ ହେଲେ ଅଭିଭାବକ । ଘରୋଇ ମେସ୍‌ରେ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ଆଣିଲେ ଅଭିଭାବକ। ବଡବିଲ୍ ସ୍ଥିତ ଅକ୍ଷୟ ଆଚାର୍ଯ୍ୟ ହାଇସ୍କୁଲରେ ପଢୁଥିଲେ ସମସ୍ତ ଛାତ୍ର । ସିସିଟିଭିରେ କଏଦ ଛାତ୍ରଙ୍କ ଯିବା ସମୟର ଭିଡିଓ । ମେଳ ଖାଉନି ସିସିଟିଭି ଓ ମେସ୍ ମାଲିକଙ୍କ କଥା । ୨ ଜଣ ଦଶମ ,ଜଣେ ଷଷ୍ଠ ଓ ଜଣେ ନବମ ଶ୍ରେଣୀର ଛାତ୍ର ନିଖୋଜ। ତଦନ୍ତ ଜାରି ରଖିଛି ନୀଳଗିରି ପୁଲିସ ।  ସୂଚନା ମୁତାବକ , ନୀଳଗିରି ଥାନା ଅଧୀନ ବଡବିଲ୍ ଗ୍ରାମରେ ଥିବା ଅକ୍ଷୟ ଆଚାର୍ଯ୍ୟ ହାଇସ୍କୁଲରେ ବାଲେଶ୍ବର ସଦର ଥାନା ଅଧୀନ ମୁଲାନପୁର ଗ୍ରାମର ସରିତା ବେହେରାଙ୍କ ପୁଅ ସତେନ୍ଦୁ ବେହେରା ଓ ରାକେଶ ବେହେରାଙ୍କ ପୁଅ ରୀତେଶ ବେହେରା , କଟକ ଓ ବଣପାରିଆ ଅଞ୍ଚଳର ଚାରି ଜଣ ଛାତ୍ର ରହୁଥିଲେ । ଘରୋଇ ମେସ୍‌ରେ ଅତ୍ୟାଚାର କାରଣରୁ ମେସ୍ ଛାଡ଼ି ପଳାଇଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking