34.4 C
Bhubaneswar
Thursday, July 2, 2026
Homeଓଡିଶାଆସୁଛି ପ୍ରବଳ ବର୍ଷା: ମତ୍ସ୍ୟଜୀବୀଙ୍କୁ ୪ ଦିନ ପାଇଁ ସମୁଦ୍ର ମନା

ଆସୁଛି ପ୍ରବଳ ବର୍ଷା: ମତ୍ସ୍ୟଜୀବୀଙ୍କୁ ୪ ଦିନ ପାଇଁ ସମୁଦ୍ର ମନା

ଭୁବନେଶ୍ୱର: ବଙ୍ଗୋପସାଗରରେ ପ୍ରବଳ ବର୍ଷା ଓ ପବନ ସହ ବିଜୁଳି ବଜ୍ରପାତ ନେଇ ମତ୍ସ୍ୟଜୀବୀଙ୍କୁ ୪ ଦିନ ପାଇଁ ସମୁଦ୍ରକୁ ଯିବା ପାଇଁ ମନା କଲା ଭୋଗରାଇ ମତ୍ସ୍ୟ ବିଭାଗ । ଚନ୍ଦନେଶ୍ୱର ମତ୍ସ୍ୟ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ଭୋଗରାଇର ବିଭିନ୍ନ ସମୁଦ୍ରକୂଳିଆ ଅଞ୍ଚଳରେ ମତ୍ସ୍ୟଜୀବୀ ସହ ସାଧାରଣ ଲୋକଙ୍କୁ ବର୍ଷା ଓ ବଜ୍ରପାତ ନେଇ ସଚେତନ କରାଯାଇଛି । ବିଶେଷକରି ଭୋଗରାଇର ଉଦୟପୁରଠାରୁ ଆରମ୍ଭ କରି ତାଳସାରୀ, ବିଚିତ୍ରପୁର ଓ କୀର୍ତ୍ତନୀୟ ସମୁଦ୍ର ମୁହାଁଣ ପର୍ଯ୍ୟନ୍ତ ସମସ୍ତ ମତ୍ସ୍ୟଜୀବୀ ମାନଙ୍କୁ ଆସନ୍ତାକାଲିଠୁ ୪ ଦିନ ଯାଏଁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି । ଏହାସହ ଉପକୂଳବାସୀ ଓ ତଳିଆ ଅଞ୍ଚଳର ଲୋକଙ୍କୁ ସଜାଗ ରହିବା ପାଇଁ କୁହାଯାଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ମତ୍ସ୍ୟ ବିଭାଗ ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨ ତାରିଖ ପାଖରୁ ୫ ତାରିଖ ଯାଏଁ ସମୁଦ୍ରରେ ପ୍ରବଳ ବର୍ଷା ଓ ପବନ ଲାଗି ରହିବ । ଯାହାଫଳରେ ସମୁଦ୍ର ଅଶାନ୍ତ ରହିବ ତେଣୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଏହା ସହ ନିଜ ନିଜର ଡଙ୍ଗା ଓ ଜାଲ ସୁରକ୍ଷିତ ସ୍ଥାନରେ ରଖିବା ସହ ନିଜେ ସୁରକ୍ଷିତ ରୁହନ୍ତୁ ବୋଲି କୁହାଯାଇଛି । ଧନ ଓ ଜୀବନ ସୁରକ୍ଷା ନିମନ୍ତେ ଏହା ପାଳନ କରିବା ଅତ୍ୟନ୍ତ ଜରୁରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking