31.3 C
Bhubaneswar
Wednesday, July 1, 2026
Homeଓଡିଶାବେଆଇନ ପାଉଁଶ ପରିବହନକୁ ନେଇ ଉପବାଚସ୍ପତିଙ୍କ ଉଦ୍‌ବେଗ

ବେଆଇନ ପାଉଁଶ ପରିବହନକୁ ନେଇ ଉପବାଚସ୍ପତିଙ୍କ ଉଦ୍‌ବେଗ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ବେଆଇନ ଭାବେ ଚାଲିଥିବା ଫ୍ଲାଏ ଆସ୍ ପରିବହନ ଏବଂ ଅନିୟନ୍ତ୍ରିତ ଡମ୍ପିଂକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ । ବେଆଇନ କାର୍ଯ୍ୟକଳାପ ବିରୋଧରେ ତୁରନ୍ତ ଦୃଢ଼ ପଦକ୍ଷେପ ନେବାକୁ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଅନିୟନ୍ତ୍ରିତ ଭାବେ ଫ୍ଲାଏ ଆଶ୍‌ ଗଦା କରାଯିବା ଦ୍ୱାରା ପରିବେଶ ଗୁରୁତର ଭାବେ ପ୍ରଦୂଷିତ ହେଉଛି । ଏହାର ପ୍ରଭାବରେ ସ୍ଥାନୀୟ ଚାଷଜମି ଏବଂ ଜଳାଶୟଗୁଡ଼ିକ ନଷ୍ଟ ହେଉଛି । ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଛି, ଯାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ତେଣୁ ଜିଲ୍ଲାର ତିନୋଟି ଉପଖଣ୍ଡରେ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରିବାକୁ ପରାମର୍ଶ ଦେଇଛନ୍ତି ଉପଜିଲ୍ଲାପାଳ। ପୁଲିସ, ଜଙ୍ଗଲ ବିଭାଗ, ରାଜସ୍ୱ ବିଭାଗ, ପରିବହନ ବିଭାଗ ଏବଂ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି ଟାସ୍କ ଫୋର୍ସରେ ସାମିଲ ହେବେ । ଟିମକୁ ପର୍ଯ୍ୟାପ୍ତ ମାନବସମ୍ବଳ ଓ ସ୍ୱତନ୍ତ୍ର ଗାଡ଼ି ଯୋଗାଇ ଦିଆଯିବ । ଚିଠିରେ ଆହୁରି ଲେଖିଛନ୍ତି, ବିନା ଅନୁମତିରେ ଫ୍ଲାଏ ଆସ୍ ନେଉଥିବା ଗାଡ଼ିକୁ ଅଟକାଇବା, ବେଆଇନ ଡମ୍ପିଂ ରୋକିବା ଏବଂ ଗାଡ଼ି ଜବତ କରାଯାଉ । ଏହାସହ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ କରିବା ସହ ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ କହିଛନ୍ତି ଉପବାଚସ୍ପତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking