28.8 C
Bhubaneswar
Tuesday, June 30, 2026
Homeଦେଶ ବିଦେଶମୋଦୀଙ୍କ ନେତୃତ୍ୱକୁ ଆମେରିକାର ପ୍ରଶଂସା

ମୋଦୀଙ୍କ ନେତୃତ୍ୱକୁ ଆମେରିକାର ପ୍ରଶଂସା

ନୂଆଦିଲ୍ଲୀ : ପୁଣି ଭାରତର ପ୍ରଂଶସାରେ କରିଛି ଆମେରିକା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଦେଶ ନୀତିଠୁ ନେଇ ନେତୃତ୍ବକୁ ପ୍ରଂଶସା କରିଛି ଆମେରିକା । ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗର୍ କହିଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ବନ୍ଧୁ ବୋଲି ମାନିଥାନ୍ତି ଏବଂ ଭାରତ ସହିତ ସମ୍ପର୍କକୁ ମଜବୁତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ । ସେ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗକୁ ବଢାଇବା ପାଇଁ ଦୁଇ ନେତାଙ୍କ ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କକୁ ବେଶ ଜରୁରୀ ।ଆମେରିକା-ଭାରତ ରଣନୈତିକ ସହଭାଗୀତା ଫୋରମ୍ ସମ୍ମିଳନୀରେ ଭାଷଣ ଦେଇ ରାଷ୍ଟ୍ରଦୂତ ଗର୍ କହିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପ ଭାରତକୁ ଖୁବ ସମ୍ମାନ ଦିଅନ୍ତି । ଆମେରିକା ଭାରତ ସହିତ ଘନିଷ୍ଠ ଭାବରେ କାମ କରିବାକୁ ଚାହେଁ । ଭାରତ ସହ କୁଟନୀତି ସମ୍ପର୍କକୁ ଗୁରୁତ୍ୱ ଦିଏ । ରାଷ୍ଟ୍ରଦୂତ ଗୋର କହିଛନ୍ତି ଯେ ଉଭୟ ସରକାର ବାଣିଜ୍ୟ, ନିବେଶ, ପ୍ରତିରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟାରେ ଧ୍ୟାନ ଦେଉଛନ୍ତି । ଆମେରିକା ଭାରତ ସହିତ ଘନିଷ୍ଠ ଭାବରେ କାମ କରିବାକୁ ଅପେକ୍ଷା କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking