ରାୟଗଡା଼: ଏବେ ବି ଗ୍ୟାସ୍ ସଙ୍କଟ ଟଳିନି। ଗ୍ୟାସ୍ ସଙ୍କଟର ବିକଳ ଚିତ୍ର କୋରାପୁଟ ଲମତାପୁଟରୁ ସାମ୍ନାକୁ ଆସିଛି। ଲମତାପୁଟରେ ଗ୍ୟାସ୍ ଯୋଗାଣରେ ଅବ୍ୟବସ୍ଥା। ଗତ ୨ ମାସ ହେବ ଗ୍ୟାସ୍ ସିଲିଣ୍ଡର ନ ପାଇ ହନ୍ତସନ୍ତ ହେଉଛନ୍ତି ହିତାଧିକାରୀ। ଦୁଇ ମାସ ପରେ ଆଜି ଗ୍ୟାସ ନେବାକୁ ଲୋକ ଲାଇନରେ ରହିଛନ୍ତି। ରାଜ୍ୟ ସରକାର ଗ୍ୟାସ କିଣିବାରେ ଯେଉଁ ସବୁ କଟକଣା ଲଗାଇ ଥିଲେ ତାକୁ ହଟାଇ ଦେଇଛନ୍ତି । ତେବେ ଲମତାପୁଟର ଗ୍ୟାସ ଉପଭୋକ୍ତା ଦୁଇମାସ ହେଲାଣି ଗ୍ୟାସ କାହିଁକି ପାଉନାହାନ୍ତି। ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସ୍ଥାନୀୟ ବାସିନ୍ଦା। ସେପଟେ ବ୍ଲକ ଯୋଗାଣ ଅଧିକାରୀ କହିଛନ୍ତି ରାୟଗଡା଼ ଡିପୋରେ ଗ୍ୟାସ ସମସ୍ୟା ଥିବାରୁ ଗ୍ୟାସ ଆସିପାରୁନଥିଲା । ଏବେ ଗ୍ୟାସ୍ ପହଞ୍ଚିଛି, ଉପଭୋକ୍ତାଙ୍କୁ ଗ୍ୟାସ ମିଳିବ।










