38.4 C
Bhubaneswar
Friday, June 26, 2026
Homeଓଡିଶାବହିରେ ତ୍ରୁଟି ଷଡ଼ଯନ୍ତ୍ର; ତେବେ ଲୋକଙ୍କ ସାମ୍ନାରେ ଅଣାଯିବା ଉଚିତ: ସାରଦା

ବହିରେ ତ୍ରୁଟି ଷଡ଼ଯନ୍ତ୍ର; ତେବେ ଲୋକଙ୍କ ସାମ୍ନାରେ ଅଣାଯିବା ଉଚିତ: ସାରଦା

ଭୁବନେଶ୍ୱର: ବିଧାୟକ ସାରଦା ପ୍ରସାଦ ଜେନା ବହିରେ ତ୍ରୁଟି ଷଡ଼ଯନ୍ତ୍ର ଅଭିଯୋଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ସମସ୍ତଙ୍କୁ ମର୍ମାହତ କରିଛି ଏବଂ ଯଦି ବଡ଼ ଷଡ଼ଯନ୍ତ୍ର ରହିଛି, ତେବେ ତାହାକୁ ସ୍ପଷ୍ଟ ଭାବେ ଲୋକଙ୍କ ସାମ୍ନାରେ ଆଣାଯିବା ଉଚିତ । “ଚାଲି ନ ଜାଣି ବାଟର ଦୋଷ ଦେବା ଠିକ୍ ନୁହେଁ,” ବୋଲି ସେ କହି ଅଭିଯୋଗ କରିଛନ୍ତି ଯେ ସରକାର ନିଜ ଦାୟିତ୍ୱରୁ ଖସିବା ପାଇଁ ଅନ୍ୟଙ୍କ ଉପରେ ଦୋଷ ଲଦୁଛନ୍ତି । ସେ ଆହୁରି ପ୍ରଶ୍ନ ଉଠାଇଛନ୍ତି ଯେ, ତ୍ରୁଟି କିଏ କରିଛି, ଛପା ଦାୟିତ୍ୱ କାହା ଉପରେ ଥିଲା, ମନ୍ତ୍ରୀ ଓ ଅଧିକାରୀମାନେ କଣ ଭୂମିକା ନିଭାଇଥିଲେ—ଏହା ସ୍ପଷ୍ଟ କରାଯିବା ଦରକାର । ସେ କହିଛନ୍ତି, ୨୪ ମାସର ସରକାରର କାମ ଯଦି କେବଳ ପୂର୍ବ ୨୪ ବର୍ଷର ସରକାରକୁ ଦୋଷ ଦେବା ହୋଇଥାଏ, ତେବେ ଏହା ଠିକ୍ ରାଜନୈତିକ ଉତ୍ତର ନୁହେଁ ବୋଲି ବିଧାୟକ ମତ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking