38.2 C
Bhubaneswar
Thursday, June 25, 2026
Homeଓଡିଶାଶିଶୁବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ବଣ୍ଟନ ହେବ ସ୍କୁଲ୍ ବ୍ୟାଗ୍

ଶିଶୁବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ବଣ୍ଟନ ହେବ ସ୍କୁଲ୍ ବ୍ୟାଗ୍

ଭୁବନେଶ୍ୱର: ନୂଆ ଶିକ୍ଷାବର୍ଷରେ ସରକାରୀ ସ୍କୁଲ୍‌ର ଛୋଟ ଛୋଟ ପିଲାଙ୍କୁ ନୂଆ ସ୍କୁଲ୍ ବ୍ୟାଗ୍ ଯୋଗାଇ ଦେବାକୁ ପ୍ରସ୍ତୁତି ଜୋରଦାର ହୋଇଛି । ଶିଶୁବାଟିକା, ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀରେ ପଢ଼ୁଥିବା ପିଲାମାନେ ଏହି ସୁବିଧା ପାଇବେ । ଓସିକ୍ ବା ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ଇନଫ୍ରାଷ୍ଟ୍ରକଚର୍ ଡେଭେଲପମେଣ୍ଟ କର୍ପୋରେସନ୍ ବ୍ଲକ୍ ସ୍ତରରେ ଏହି ସ୍କୁଲ୍ ବ୍ୟାଗ୍ ଯୋଗାଇବ ।ବ୍ୟାଗ୍‌ଗୁଡ଼ିକ ଯଥାଶୀଘ୍ର ସ୍କୁଲ୍‌ରେ ପହଞ୍ଚାଇ ପିଲାଙ୍କ ମଧ୍ୟରେ ବଣ୍ଟନ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକ (DPC)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଓସେପା ସ୍ପଷ୍ଟ କରିଛି ଯେ, ବ୍ୟାଗ୍ ବଣ୍ଟନ ପ୍ରକ୍ରିୟାରେ କୌଣସି ପ୍ରକାର ବିଳମ୍ବ କିମ୍ବା ଅବହେଳାକୁ ବରଦାସ୍ତ କରାଯିବ ନାହିଁ । ପିଲାମାନେ ଯେପରି ନୂଆ ଶିକ୍ଷାବର୍ଷରେ ନୂଆ ବ୍ୟାଗ୍ ପାଇପାରିବେ, ସେଥିପାଇଁ ସମସ୍ତ ଜିଲ୍ଲାକୁ ତତ୍ପର ରହିବାକୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking