38.2 C
Bhubaneswar
Thursday, June 25, 2026
Homeଦେଶ ବିଦେଶଭେନେଜୁଏଲାରେ ଶକ୍ତିଶାଳୀ ଭୂମିକମ୍ପ: ୪୫ ସେକେଣ୍ଡରେ ଦୁଇଥର ଝଟକା

ଭେନେଜୁଏଲାରେ ଶକ୍ତିଶାଳୀ ଭୂମିକମ୍ପ: ୪୫ ସେକେଣ୍ଡରେ ଦୁଇଥର ଝଟକା

ନୂଆଦିଲ୍ଲୀ:ଭେନେଜୁଏଲାରେ ଆଜି ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି, ଯାହାଫଳରେ ଦେଶର ବିଭିନ୍ନ ଅଞ୍ଚଳରେ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ମାତ୍ର ୪୫ ସେକେଣ୍ଡର ଅନ୍ତରାଳରେ ଦୁଇଥର ଭୂମିକମ୍ପ ହୋଇଥିବାରୁ ଲୋକମାନେ ଭୟଭୀତ ହୋଇ ଘର ଛାଡ଼ି ବାହାରକୁ ଦୌଡ଼ି ଯାଇଥିଲେ । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ କ୍ରମଶଃ ୭.୨ ଓ ୭.୫ ରେକର୍ଡ୍ କରାଯାଇଛି । ଏହି ଶକ୍ତିଶାଳୀ ଝଟକାରେ କିଛି ଅଞ୍ଚଳରେ ଭବନ କ୍ଷତି ଓ ଭୂସ୍ଖଳନ ହୋଇଥିବା ଖବର ମିଳିଛି । ଭୂମିକମ୍ପ ପରେ ଭେନେଜୁଏଲା ସମୁଦ୍ରତଟୀୟ ଅଞ୍ଚଳରେ ସୁନାମୀ ଆଲର୍ଟ୍ ଜାରି କରାଯାଇଛି । ପ୍ରଶାସନ ଲୋକମାନଙ୍କୁ ସମୁଦ୍ର ତଟରୁ ଦୂରେ ରହିବା ଓ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଅପିଲ୍ କରିଛି । ସ୍ଥିତି ଉପରେ ସରକାର କଡ଼ା ନଜର ରଖିଛନ୍ତି ଏବଂ ଆଗାମୀ ଝଟକା ପାଇଁ ସତର୍କତା ଜାରି କରାଯାଇଛି । ଦଶ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking