34.8 C
Bhubaneswar
Wednesday, June 24, 2026
Homeଓଡିଶାକାଠ ଫାଳିଆ ମାଡରେ ଚାଲିଗଲା ମଧ୍ୟସ୍ଥିଙ୍କ ଜୀବନ

କାଠ ଫାଳିଆ ମାଡରେ ଚାଲିଗଲା ମଧ୍ୟସ୍ଥିଙ୍କ ଜୀବନ

କେନ୍ଦ୍ରାପଡ଼ା : ବିବାଦ ସମାଧାନ କରିବାକୁ ଯାଇ କାଠ ଫାଳିଆ ମାଡରେ ବିଜେପିର ସ୍ଥାନୀୟ ବୁଥ୍ ସଭାପତି ତପନ ଦାସ ମୃତ। କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ମେରାଇନ ଥାନା ଅନ୍ତର୍ଗତ ରାମନଗର ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା lଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ସଞ୍ଜୟ ମଣ୍ଡଳ ନାମକ ଜଣେ ରାଜମିସ୍ତ୍ରୀ ବିଜନ ଶାହା ନାମକ ଜଣେ ଶ୍ରମିକଙ୍କ ଘରକୁ ଯାଇଥିଲେ l ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା l ଉଭୟଙ୍କ ମଧ୍ୟରେ ବିବାଦକୁ ସମାଧାନ କରିବା ପାଇଁ ଘଟଣାସ୍ଥଳକୁ ତପନ ଦାସ ଯାଇଥିଲେ l ଗଣ୍ଡଗୋଳ ବଢ଼ିବାରୁ ବିଜନ ଘଟଣାସ୍ଥଳରୁ ଖସି ପଳାଇଥିଲେ l କିନ୍ତୁ ସଞ୍ଜୟଙ୍କ ଆକ୍ରୋଶର ଶିକାର ହୋଇଥିଲେ ତପନ ଦାସ l ସଞ୍ଜୟ କ୍ରୋଧାନ୍ୱିତ ହୋଇ ତପନଙ୍କୁ ଏକ କାଠ ଫାଳିଆରେ ମାଡ ମାରିଥିଲେ l ଏତିକିରେ ତାଙ୍କ ରାଗ ଶାନ୍ତ ହୋଇନଥିଲା l ପାଖରେ ପଡିଥିବା ଏକ ଇଟାରେ ସଞ୍ଜୟ ତପନ ଙ୍କ ମୁଣ୍ଡକୁ ଛେଚି ଦେଇଥିଲେ l ଗୁରୁତର ଅବସ୍ଥାରେ ତପନଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା l କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking