28.9 C
Bhubaneswar
Monday, June 22, 2026
Homeଓଡିଶାମନ୍ତ୍ରୀ ଦାୟିତ୍ୱ ସମ୍ଭାଳି ପାରୁନଥିବା ବିଭୂତି ବାବୁ ଏତେ ଉତ୍କ୍ଷୀପ୍ତ କାହିଁକି: ବିଜେଡି

ମନ୍ତ୍ରୀ ଦାୟିତ୍ୱ ସମ୍ଭାଳି ପାରୁନଥିବା ବିଭୂତି ବାବୁ ଏତେ ଉତ୍କ୍ଷୀପ୍ତ କାହିଁକି: ବିଜେଡି

ବିଜେଡିର ପ୍ରେସମିଟ୍ ପରେ ମନ୍ତ୍ରୀଙ୍କ ପୁତୁରା ଗିରଫ ହେଲା
ମହିଳା ସୁରକ୍ଷା ଉପରେ ସାଲିସ୍ କରିବ ନାହିଁ ବିଜେଡି
ଗଞ୍ଜାମ ଜିଲ୍ଲାରେ ବାଲି, ମୋରମ ଚୋରି ଠାରୁ ଗୋଚର ଜମି ମାଡ଼ି ବସିବା ପର୍ଯ୍ୟନ୍ତ ମାଳ ମାଳ ଅଭିଯୋଗ ମନ୍ତ୍ରୀଙ୍କ ନାଁରେ ରହିଛି
ପୋଲିସ୍ ଭଳି ମନ୍ତବ୍ୟ ଦେବାରୁ କ୍ଷାନ୍ତ ରୁହନ୍ତୁ ମନ୍ତ୍ରୀ ବିଭୂତି ଜେନା

ଭୁବନେଶ୍ୱର: ଗତ ଶନିବାର ଦିନ ଗୋଳନ୍ଥରାରେ ଏକ ଘରୋଇ କଲେଜରେ ଜଣେ ନିରୀହ ଛାତ୍ରୀଙ୍କ ସନେ୍ଦହଜନକ ମୃତୁ୍ୟ ଘଟଣାରେ ମନ୍ତ୍ରୀ ବିଭୂତି ଜେନାଙ୍କ ପୁତୁରାଙ୍କ ସମ୍ପୃକ୍ତି ଅଛି ବୋଲି ମୃତ ଛାତ୍ରୀଙ୍କ ପରିବାରବର୍ଗ ଅଭିଯୋଗ କରିଥିଲେ । ଏହି ଘଟଣାର ୨୪ ଘଣ୍ଟା ପରେ ମଧ୍ୟ ପୋଲିସ୍ ଅଭିଯୁକ୍ତଙ୍କ ନିକଟରେ ନ ପହଞ୍ଚିବା ନେଇ ବିଜୁ ଜନତା ଦଳ ପ୍ରଶ୍ନ ଉଠାଇଥିଲା । ବିଜେଡିର ସାମ୍ବାଦିକ ସମ୍ମିଳନୀ ପରେ ପୋଲିସ୍ ଗତକାଲି ରାତିରେ ଅଭିଯୁକ୍ତ ବିଶ୍ୱଜିତ ଜେନାକୁ ଗିରଫ କରିଥିଲା । ଏହି ଘଟଣାରେ ଉତ୍କ୍ଷୀପ୍ତ ହୋଇ ମନ୍ତ୍ରୀ ଶ୍ରୀ ବିଭୂତି ଜେନାଙ୍କ ମନ୍ତବ୍ୟକୁ ବିଜୁ ଜନତା ଦଳ ଦୃଢ଼ ନିନ୍ଦା କରିଛି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ଓ ବିଜୁ ମହିଳା ଜନତା ଦଳର ସାଧାରଣ ସମ୍ପାଦିକା ଶ୍ରୀମତୀ ରଞ୍ଜିତା ସାହୁ କହିଥିଲେ ଯେ, ଗଞ୍ଜାମ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗୁଡ଼ି ଥିବାବେଳେ ମନ୍ତ୍ରୀଙ୍କ ପୁତୁରା ବିଶ୍ୱଜିତ ଜେନାଙ୍କ ଯୋଗୁଁ ଜଣେ ନିରୀହ ଛାତ୍ରୀଙ୍କ ଜୀବନ ଯିବା ଦୁର୍ଭାଗ୍ୟଜନକ । ଘଟଣାର ୨୪ ଘଣ୍ଟା ପରେ ମଧ୍ୟ ପୋଲିସ୍ ଅଭିଯୁକ୍ତ ନିକଟରେ ନ ପହଞ୍ଚିବା ଯୋଗୁଁ ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହାର କିଛି ଘଣ୍ଟା ପରେ ଅଭିଯୁକ୍ତକୁ ପୋଲିସ୍ ଗିରଫ କରିଥିଲା । ଆଜି ମନ୍ତ୍ରୀ ବିଭୂତି ଜେନା ବିଜେଡିର ସାମ୍ବାଦିକ ସମ୍ମିଳନୀକୁ ନେଇ ପ୍ରଶ୍ନ ଉଠାଇବା ସହ ଅତ୍ୟନ୍ତ ଉତ୍କ୍ଷୀପ୍ତ ହୋଇ ନିଜ ପଦର ଗାରିମା ଭୁଲି କରିଥିବା ଟିପ୍ପଣୀ ଆଦୌ ଗ୍ରହଣୀୟ ନୁହେଁ ।

ଡ଼ ଲେନିନ ମହାନ୍ତି କହିଥିଲେ ଯେ, ଗଞ୍ଜାମ ଜିଲ୍ଲାରେ ବାଲି, ମୋରମ, ଗୋଡ଼ି ବ୍ୟାପକ ଭାବେ ଚୋରାଚାଲାଣ ହେଉଥିବାର ଅଭିଯୋଗ ଥିଲେ ମଧ୍ୟ ବିଭାଗୀୟ ମନ୍ତ୍ରୀ ଭାବେ ବିଭୂତି ବାବୁ ତାହାକୁ ନିୟନ୍ତ୍ରଣ କରିପାରୁ ନାହାନ୍ତି । ଗୋଚର ଜମି ମାଡ଼ି ବସିବା ଭଳି ଅଭିଯୋଗ ତାଙ୍କ ନାମରେ ଅଛି । ଶ୍ରୀ ଜେନା ପ୍ରଥମଥର ବିଧାୟକ ଭାବେ ନିର୍ବାଚିତ ହୋଇ ମନ୍ତ୍ରୀ ହେବା ପରଠାରୁ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଓ ଗଞ୍ଜାମ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତିର ଚରମ ଅଧୋଗତି ଘଟିଛି । ନିଜ ବିଭାଗ ଦାୟିତ୍ୱ ସମ୍ଭାଳି ପାରୁନଥିବା ବିଭୂତି ବାବୁ ଅନ୍ୟ ଉପରେ ଅଙ୍ଗୁଳି ନିଦେ୍ର୍ଦଶ କରିବା ସମୀଚୀନ ନୁହେଁ । ଆଜି ମନ୍ତ୍ରୀଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହୋଇଛି ଯେ, ବ୍ରହ୍ମପୁର ପୋଲିସ୍ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ତାଙ୍କ ନିୟନ୍ତ୍ରଣରେ ରହିଛି । ବିରୋଧୀଙ୍କ ଉପରେ ମିଥ୍ୟା ଆରୋପ କରିବା ପରିବର୍ତ୍ତେ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରନ୍ତୁ । ଶ୍ରୀମତୀ ରଞ୍ଜିତା ସାହୁ କହିଥିଲେ ଯେ, କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିମିନା ଗାଁରେ ଜଣେ ବିବାହିତ ମହିଳାଙ୍କ ସହିତ ହୋଇଥିବା ଦୁଷ୍କର୍ମ ଦୁର୍ଭାଗ୍ୟଜନକ । ଗଞ୍ଜାମ ଜିଲ୍ଲାରେ ଗତ ୨ ବର୍ଷ ମଧ୍ୟରେ ମହିଳା ବିରୋଧୀ ହିଂସା ବଢ଼ିଚାଲିଛି । ସରକାର ଘଟଣା ଘଟିଲା ପରେ ଅପରାଧୀଙ୍କୁ ଧରିବାର ବାହାବା ନେଉଛନ୍ତି, କିନ୍ତୁ ଅପରାଧ ନିରାକରଣ ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି । ଯାହାଫଳରେ ଅପରାଧୀମାନେ ଦିନ ଦ୍ୱିପହରରେ ଅପରାଧ ଘଟାଇ ଚାଲିଛନ୍ତି । ରାଜ୍ୟରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଯଦି ସରକାର ନିୟନ୍ତ୍ରଣ କରି ନ ପାରନ୍ତି, ତେବେ ମହିଳାଙ୍କ ସ୍ୱାର୍ଥ ପାଇଁ ବିଜୁ ଜନତା ଦଳ ରାଜରାସ୍ତାରେ ଲଢ଼େଇ ଜାରି ରଖିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking