27.5 C
Bhubaneswar
Monday, June 22, 2026
Homeଓଡିଶାବସ୍‌ ଚକା ତଳେ ଚାପି ହୋଇଗଲା ବାଇକ୍: ଜଣେ ଗୁରୁତର

ବସ୍‌ ଚକା ତଳେ ଚାପି ହୋଇଗଲା ବାଇକ୍: ଜଣେ ଗୁରୁତର

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସିପୁର ନିକଟରେ ଘଟିଛି ଏକ ସଡ଼କ ଦୁର୍ଘଟଣା । ବସ୍‌ ଚକା ତଳେ ଚାପି ହୋଇ ହୋଇଗଲା ବାଇକ୍ । ଦୁର୍ଘଟଣାରେ ବାଇକ ଆରୋହୀ ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନାଅନୁସାରେ, ‘ମା ସାରଳା’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ ଅନୁଗୋଳରୁ ରାଉଲକେଲା ଅଭିମୁଖେ ଯାଉଥିବା ସମୟରେ କଣିହାଁ ବ୍ଲକର ସିପୁର ନିକଟରେ ଏହି ଦୁର୍ଘଟଣା ଘଟିଛି ।ବସ୍‌ଟି ଏକ ବାଇକକୁ ଜୋରରେ ଧକ୍କା ଦେଇଥିଲା, ଯାହାଫଳରେ ବାଇକଟି ସମ୍ପୂର୍ଣ୍ଣ ଭାବେ ବସର ଚକା ତଳେ ଚାପି ହୋଇ ରହିଯାଇଥିଲା।ବାଇକ ଆରୋହୀଜଣକ ଘଟଣାସ୍ଥଳରେ ହିଁ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ସେଠାରେ ପହଞ୍ଚି ଆହତ ବାଇକ ଆରୋହୀଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ପ୍ରଥମେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking