34.3 C
Bhubaneswar
Monday, June 22, 2026
Homeଓଡିଶାବିଜେଡିର ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

ବିଜେଡିର ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ଅଭିଯୋଗରେ ବିଜେଡିକୁ ଝଟକା । ବିଜେଡିର ଅଯୋଗ୍ୟତା ଆବେଦନକୁ ଖାରଜ କଲେ ବାଚସ୍ପତି ସୁରମା ପାଢୀ । ମାର୍ଚ୍ଚ ୧୬ରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ହୋଇଥିଲା । ୮ ବିଧାୟକଙ୍କ ବିରୋଧରେ କ୍ରସ ଭୋଟିଂ ଅଭିଯୋଗ ଆଣିଥିଲା ବିଜେଡି । ସଂପୃକ୍ତ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଆବେଦନ କରିଥିଲା ବିଜୁ ଜନତା ଦଳ । ରାଜ୍ୟସଭା ନିର୍ବାଚନରେ ପାର୍ଟି ଲାଇନ ହୁଇପକୁ କିଛି ବିଜେଡି ବିଧାୟକ ମାନିନଥିଲେ । ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ ଥିଲା । ୧୩ ତାରିଖରେ ହୁଇପ ଜାରି କରାଯାଇଥିଲା । କିନ୍ତୁ ତାହା ବି ମାନିନଥିଲେ । ଯେଉଁଥିପାଇଁ ବିଜୁ ଜନତା ଦଳ ବାଚସ୍ପତିଙ୍କ ନିକଟରେ ଫେରାଦ ହୋଇଥିଲା । ଦଳ କଥା ନମାନି କ୍ରସ ଭୋଟିଂ କରିଥିବା ୮ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରାଯାଉ ବୋଲି ପିଟିସନ ଦାଖଲ କରିଥିଲା ବିଜେଡି ।କିନ୍ତୁ ରାଜ୍ୟସଭା ନିର୍ବାଚନରେ ସମ୍ପୁର୍ଣ୍ଣ ବିବେକାନୁମୋଦିତ ଭୋଟ ହୁଏ । ସେଥିପାଇଁ ବିରୋଧୀ ଦଳର କିଛି ବିଧାୟକମାନେ ବିବେକାନୁମୋଦିତ ଭୋଟ ଦେଇଥିଲେ । ତେବେ ବଡ କଥା ହେଉଛି , ରାଜ୍ୟସଭା ନିର୍ବାଚନରେ ଜଣେ  ସଦସ୍ୟ  ଦଳୀୟ କଥା ମାନି ଦେବେ ତାହା ବାଧ୍ୟତାମୂଳକ ନୁହେଁ , ସେହି ଆଧାରରେ ବାଚସ୍ପତି ଆବେଦନକୁ ଖାରଜ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking