28.3 C
Bhubaneswar
Saturday, June 20, 2026
Homeଓଡିଶାଜୁଲାଇ ୧ ରୁ ୧୦ ଦଫା ଦାବି ନେଇ ଡାକ୍ତରଙ୍କ ଆନ୍ଦୋଳନ

ଜୁଲାଇ ୧ ରୁ ୧୦ ଦଫା ଦାବି ନେଇ ଡାକ୍ତରଙ୍କ ଆନ୍ଦୋଳନ

ଭୁବନେଶ୍ୱର: ଜୁଲାଇ ପହିଲାରେ ଡାକ୍ତର ଦିବସରୁ କାର୍ଯ୍ୟ ବନ୍ଦ କରିବେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ । ସମୂହ ଇସ୍ତଫା ଦେବେ ସରକାରୀ ଡାକ୍ତର । ଦୀର୍ଘ ଦିନ ଧରି ୧୦ ଦଫା ଦାବି ନପୂରଣ ହେବାରୁ ଏହି ନିଷ୍ପତି ନେଇଛି ସଂଘ । କ୍ୟାଡର ପୁନର୍ଗଠନ, ଲେବୁଲ ୧୫ ପେ ସ୍କେଲ ଉଛେଦ, ସ୍ୱଚ୍ଛ ବଦଳି ନୀତି, କେବିକେ ଏକଜିଟ ପଲିସି ଏବଂ ଦନ୍ତ ଡାକ୍ତରଙ୍କ  ଇନସେନଟିଭ, ଇନ୍ସୁରାନ୍ସ , ଡାକ୍ତରଙ୍କୁ ସୁରକ୍ଷା ଇତ୍ୟାଦି ୧୦ ଦଫା ଦାବି ସରକାରଙ୍କୁ ଜଣାଇଥିଲା omsa । ହେଲେ ଦାବି ପୂରଣ ନେଇ ସରକାରଙ୍କ ପକ୍ଷରୁ ବହୁବାର ଆଲୋଚନା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ । ତେଣୁ ଆସନ୍ତା ଜୁଲାଇ ୧ ଡାକ୍ତର ଦିବସ ଦିନରୁ ତାରିଖରୁ ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ମାନେ କାର୍ଯ୍ୟ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି । ଏଥିସହ ମାଲକାନଗିରି ଜିଲ୍ଳା ଚିକିତ୍ସାଲୟରେ କାର୍ଯ୍ୟରତ ଡାକ୍ତର ଙ୍କୁ ଆକ୍ରମଣ ଘଟଣାରେ ପୋଲିସ ବିଶେଷ କିଛି ପଦକ୍ଷେପ ନେଇ ନଥିବା କାରଣରୁ ଆସନ୍ତା ବୁଧବାର ଦିନ ଓପିଡି ବନ୍ଦ ରହିବ ବୋଲି ଚେତାବନୀ ଦେଇଛି ସଂଘ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking