33.3 C
Bhubaneswar
Saturday, June 20, 2026
Homeଓଡିଶାନିଟ ପାଇଁ ଘୁଞ୍ଚିଲା ପରୀକ୍ଷା: ଜୁନ୍ ୨୮ରେ ହେବ ଲିଖିତ ଟେଷ୍ଟ

ନିଟ ପାଇଁ ଘୁଞ୍ଚିଲା ପରୀକ୍ଷା: ଜୁନ୍ ୨୮ରେ ହେବ ଲିଖିତ ଟେଷ୍ଟ

ଭୁବନେଶ୍ୱର: ଓଡ଼ିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ୍ (OSSSC) ପକ୍ଷରୁ ଆୟୋଜିତ CRE-2025 ଲିଖିତ ପରୀକ୍ଷାକୁ ସ୍ଥଗିତ କରାଯାଇଛି । ଏହି ପରୀକ୍ଷା ମାଧ୍ୟମରେ ରେଭେନ୍ୟୁ ଇନ୍ସପେକ୍ଟର (RI), ICDS ସୁପରଭାଇଜର, VAW, ଜୁନିଅର ଆସିଷ୍ଟାଣ୍ଟ, ARI, ଆମିନ୍ ଏବଂ SFS ପଦବୀ ପାଇଁ ନିଯୁକ୍ତି ହେବ । ପ୍ରାର୍ଥୀମାନଙ୍କୁ କମିଶନ୍‌ର ୱେବସାଇଟରୁ ପୁନଃ ସଂଶୋଧିତ ଆଡମିଟ୍ କାର୍ଡ ଡାଉନଲୋଡ୍ କରିବାକୁ ପରାମର୍ଶ ଦିଆଯାଇଛି । ସଂଶୋଧିତ ଆଡମିଟ୍ କାର୍ଡ ୨୪ ଜୁନ୍ ୨୦୨୬ ଠାରୁ ଉପଲବ୍ଧ ହେବ । ପୂର୍ବରୁ ଏହି ପରୀକ୍ଷା ଜୁନ୍ ୨୦ ତାରିଖରେ ହେବାକୁ ଥିବାବେଳେ ବର୍ତ୍ତମାନ ଏହାକୁ ଜୁନ୍ ୨୮ ତାରିଖକୁ ପୁନଃନିର୍ଦ୍ଧାରଣ କରାଯାଇଛି । କମିସନ୍ ଜାରି କରିଥିବା ବିଜ୍ଞପ୍ତି ଅନୁଯାୟୀ, NEET (UG)-2026 ପରୀକ୍ଷା ସମ୍ବନ୍ଧୀୟ କିଛି ଅନିବାର୍ଯ୍ୟ ପରିସ୍ଥିତି ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking