35.9 C
Bhubaneswar
Friday, June 19, 2026
Homeଓଡିଶାଜଙ୍ଗଲରୁ ବୃଦ୍ଧା ଉଦ୍ଧାର

ଜଙ୍ଗଲରୁ ବୃଦ୍ଧା ଉଦ୍ଧାର

ମୟୁରଭଞ୍ଜ: ମରିଗଲା ମଣିଷର ମାନବିକତା । ବୋଝ ଭାବି ଜନ୍ମ ଦେଇଥିବା ମାଆକୁ ଜଙ୍ଗଲରେ ଛାଡିଦେଲା ପୁଅ । ଯେଉଁ ବୟସରେ ମାଆକୁ ଯତ୍ନ, ସହାୟତାର ବୟସ ରହିଥିଲା, ସେ ସମୟରେ ପୁଅ ତାଙ୍କୁ ନେଇ ଜଙ୍ଗଲରେ ଛାଡିଦେଇଛି । ଏଭଳି ଅଭାବନୀୟ ଘଟଣା ବାଙ୍ଗିରିପୋଷୀ ଅଞ୍ଚଳରେ ଦେଖିବାକୁ ମିଳିଛି । ବାଙ୍ଗିରିପୋଷୀ ଅନ୍ତର୍ଗତ କନ୍ଦଳିଆ ଗାଁର ୯୫ ବର୍ଷୀୟା ବୃଦ୍ଧା ମା ରୁକ୍ମିଣୀ ପାତ୍ରଙ୍କୁ ଜଙ୍ଗଲରେ ପୁଅ ଛାଡି ଦେଇଛି । ବୟସାଧିକ ଯୋଗୁଁ ସେ ଠିକରେ ଚାଲିପାରୁ ନଥିଲେ । ଝିଅ ମାଙ୍କୁ ଘରେ ଆଣି ଛାଡି ଦେବାରୁ ପୁଅ, ନାତିମାନେ ବୃଦ୍ଧା ମାର ସେବା କରିବାକୁ ଅମଙ୍ଗ ହେଲେ । ଆଉ ଶେଷରେ ବୋଝ ଭାବି ନିଜ ପୁଅ ମାନେ ପାଖ ଜଙ୍ଗଲରେ ଛାଡି ଦେଇ ଆସିଥିଲେ । ସ୍ଥାନୀୟ କିଛି ବ୍ୟକ୍ତିଙ୍କ ଠାରୁ ଖବର ପାଇ ବାଙ୍ଗିରିପୋଷୀ ପୋଲିସ ବୃଦ୍ଧାଙ୍କୁ ଉଦ୍ଧାର କରିଥିଲା । ଉଦ୍ଧାର ପରେ ପୋଲିସ ତାଙ୍କୁ ତୁରନ୍ତ ବାଙ୍ଗିରିପୋଷୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା । ବୃଦ୍ଧାଙ୍କର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ତାଙ୍କୁ ବାରିପଦା ବୃଦ୍ଧାଶ୍ରମକୁ ସ୍ଥାନାନ୍ତର କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking