33.7 C
Bhubaneswar
Tuesday, June 16, 2026
Homeଓଡିଶାମହିଳାଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲେ ୮୦ ବର୍ଷୀୟ ବୃଦ୍ଧ

ମହିଳାଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲେ ୮୦ ବର୍ଷୀୟ ବୃଦ୍ଧ

ମାଲକାନଗିରି : ଜଣେ ମହିଳାଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ହାରିଛନ୍ତି ୮୦ ବର୍ଷୀୟ ବୃଦ୍ଧ। ସେ ହେଉଛନ୍ତି ମାଲକାନଗିରି ସଦର ଥାନା ଯଦୁଗୁଡା ଗାଁର ସମ୍ବାରୁମାଡ଼ କାମୀ। ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିବା ମହିଳାଙ୍କୁ ସିନା ସେ ବଞ୍ଚାଇଦେଲେ, ହେଲେ ନିଜେ ଚାଲିଗଲେ ଆରପାରିକୁ ।

ଯଦୁଗୁଡା ଗାଁର ଯୋଗିନୀ ପଡିଆମୀ ଏକ ବାଉଁଶ ବାଡ଼ି ସାହାଯ୍ୟରେ ଗଛରୁ ଟୋଲ ସଂଗ୍ରହ କରୁଥିଲେ। ସେହି ସମୟରେ ଗଛ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସହ ବାଉଁଶ ବାଡ଼ି ସଂସ୍ପର୍ଶରେ ଆସିଯିବାରୁ ଆଘାତ ପାଇ ଛଟପଟ ହେଉଥିଲେ। ମହିଳାଙ୍କ ଚିତ୍କାର ଶୁଣି ପାଖରେ ଥିବା ସମ୍ବାରୁ ତୁରନ୍ତ ତାଙ୍କୁ ରକ୍ଷା କରିବାକୁ ଦୌଡ଼ି ଆସିଥିଲେ। ନିଜ ଜୀବନକୁ ଖାତିର ନକରି ଯୋଗିନୀଙ୍କୁ ବିଦ୍ୟୁତ ଆଘାତରୁ ମୁକ୍ତ କରିବାରେ ସଫଳ ହୋଇଥିଲେ।

ତେବେ ଉଦ୍ଧାର କରିବା ସମୟରେ ସମ୍ବାରୁ ନିଜେ ବିଦ୍ୟୁତ ସଂସ୍ପର୍ଶରେ ଆସି ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ଗ୍ରାମବାସୀ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ସମ୍ବାରୁଙ୍କୁ ମୃତ ଘୋଷଣା କରିଥିଲେ। ଯୋଗିନୀ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସୁଥିବା ମେଡିକାଲ ପକ୍ଷରୁ ସୂଚ ଦିଆଯାଇଛି। ଯୋଗିନୀଙ୍କ ପରିବାର ସମ୍ବାରୁଙ୍କ ଏହି ମହାନ ମହାନ ବଳିଦାନକୁ ଜୀବନରେ କେବେ ଭୁଲି ପାରିବେ ନାହିଁ ବୋଲି ବୋଲି କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking