କେନ୍ଦୁଝର : ପୃଥକ ଦୁର୍ଘଟଣାରେ ଚାଲିଗଲା ୫ ଜୀବନ। ଏହି ହ୍ୟଦୟ ବିଦାରକ ଘଟଣା କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ କୁଅଁର ଛକ ନିକଟରେ ଘଟିଛି। ଦୁଇଟି ପୃଥକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ବାଇକ୍କୁ ଧକାଦେଲା ଟ୍ରକ୍ ୩ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି କୁଅଁର ଢ଼ାବା ନିକଟରେ ଅଜଣା ଗାଡ଼ି ଧକ୍କ୍ାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ପରିଚୟ ମିଳିପାରିଛି। ସେ ଦୁଇ ଜଣେ କୁଅଁର ଗ୍ରାମର ବୋଲି ଜଣାପଡ଼ିଛି। ଅନ୍ୟ ୩ ଜଣଙ୍କ ପରିଚୟ ମିଳିପାରି ନାହିଁ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ କିଲର ଟ୍ରକକୁ ଜବତ କରି ଥାନାରେ ଅଟକ ରଖିଛି। କିନ୍ତୁ ବାଇକ୍ ଚାଳକ ଦୃତ ଗତିରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଏ ନେଇ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ।










