ପୁରୀ: ଶ୍ରୀମନ୍ଦିରରେ ପୁଣି ଥରେ ନୀତିକ୍ରାନ୍ତିରେ ଅହେତୁକ ବିଳମ୍ବ ଦେଖାଦେଇଛି । ଏହି ନୀତି ବିଭ୍ରାଟକୁ ନେଇ ସେବାୟତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଶ୍ରୀମନ୍ଦିରର ସୁଆର ମହାସୁଆର ନିଯୋଗ ସମ୍ପାଦକ ଏହାକୁ ନେଇ ଗଭୀର ଅସନ୍ତୋଷ ବ୍ୟକ୍ତ କରିବା ପ୍ରକାଶ କରିଛନ୍ତି।ଗତ କିଛି ଦିନ ହେବ ଶ୍ରୀମନ୍ଦିରରେ ନୀତି ନିର୍ଦ୍ଧାରିତ ସମୟ ଅନୁସାରେ ହୋଇପାରୁ ନାହିଁ । ବିଳମ୍ବିତ ରାତିରେ ପହୁଡ଼ ପଡୁଥିବାରୁ ମହାପ୍ରଭୁଙ୍କ ନୀତିକ୍ରାନ୍ତିରେ ବ୍ୟାଘାତ ସୃଷ୍ଟି ହେଉଛି । ସବୁଠାରୁ ଦୁଃଖଦ ବିଷୟ ହେଉଛି ଯେ, ଏହି ନୀତି ବିଳମ୍ବ ଯୋଗୁଁ ଗତ ଏକ ମାସ ମଧ୍ୟରେ ମହାପ୍ରଭୁ ପ୍ରାୟ ୫ ରାତି ଶୋଇନାହାନ୍ତି । ଯାହା ସେବାୟତ ଓ ଭକ୍ତଙ୍କ ମନରେ କଷ୍ଟ ଦେଇଛି ।










