32.1 C
Bhubaneswar
Friday, June 12, 2026
Homeଓଡିଶାଏସ୍ ପି କାର୍ଯ୍ୟାଳୟ ସମ୍ମୁଖରେ ବାପା, ପୁଅଙ୍କ ଆତ୍ମାହୁତି ଉଦ୍ୟମ

ଏସ୍ ପି କାର୍ଯ୍ୟାଳୟ ସମ୍ମୁଖରେ ବାପା, ପୁଅଙ୍କ ଆତ୍ମାହୁତି ଉଦ୍ୟମ

ଢ଼େଙ୍କାନାଳ:ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କଲେ ଯୁବକ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି  ଢ଼େଙ୍କାନାଳ ଏସ୍‌ପିଙ୍କ କାର୍ଯ୍ୟାଳୟରେ।  ନିର୍ଯ୍ୟାତନା ସହିନପାରି ପୋଲିସ ବିରୁଦ୍ଧରେ ଅଭିଯୋଗ କରି ପେଟ୍ରୋଲ ଢାଳି ହେଲେ ବାପା, ପୁଅ। ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଭାପୁର ଫାଣ୍ଡି ରାଣୀପାଳ ଗାଁର ଆଇନ ଛାତ୍ର ସରୋଜ ରାଉତ ଓ ତାଙ୍କ ବାପା ପଦ୍ମନାଭ ରାଉତ । ମଧୁସୂଦନ ଲ’କଲେଜରେ ଲ’ ଦ୍ୱିତୀୟ ବର୍ଷ ଛାତ୍ର ହେଉଛନ୍ତି ସରୋଜ। ପୈତୃକ ସମ୍ପତ୍ତିକୁ ନେଇ ଜମିଜମା ବିବାଦ ଲାଗି ରହିଥିଲା ।

ଉଭୟ ପକ୍ଷରୁ ଏ ସମ୍ପର୍କରେ ଭାପୁର ଫାଣ୍ଡି ପୋଲିସକୁ ଅବଗତ କରାଯାଇଥିଲା। ହେଲେ, ସମ୍ପୃକ୍ତ ପୋଲିସ ଅଧିକାରୀ ଏକ ପାକ୍ଷିଆ ବିଚାର କରି ଆଇନ ଛାତ୍ର ସରୋଜ ଓ ତାଙ୍କ ପରିବାର ନାଁରେ ମାମଲା କରିଛି । ଯେଉଁଥିପାଇଁ ତାଙ୍କର ଶିକ୍ଷାଗତ କ୍ୟାରିୟରକୁ ନଷ୍ଟ କରାଯାଉଛି । ପୋଲିସର ଅତ୍ୟଧିକ ନିର୍ଯ୍ୟାତନା ସହି ନ ପାରି ଆଜି ଢେଙ୍କାନାଳ ଏସ୍‌ପି ଅଫିସ୍ ରେ ନିଜ ଦେହରେ ପେଟ୍ରୋଲ ଢାଳି ହୋଇ ପଡିଥିଲେ ଉଭୟ ବାପାପୁଅ । କାର୍ଯ୍ୟାଳୟ ପରିସରରେ ଥିବା କର୍ମଚାରୀଙ୍କ ହସ୍ତକ୍ଷେପ ଯୋଗୁଁ ଏକ ବଡ ଅଘଟଣରୁ ବର୍ତ୍ତି ଯାଇଛନ୍ତି ଉଭୟ । ସେମାନଙ୍କୁ ଉଦ୍ଧାର କରାଯାଇ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।ଏହି ଘଟଣାରେ ଢ଼େଙ୍କାନାଳ ଏସପି କହିଛନ୍ତି,ଆତ୍ମାହୁତି ଉଦ୍ୟମ କରିଥିବା ବାପା ଓ ପୁଅକୁ ଉଦ୍ଧାର କରିଛୁୁ। ତାଙ୍କର ଆମେ ଅଭିଯୋଗ ଶୁଣିବୁ ଓ ଏହାର ସମାଧାନ କରିବୂୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking