37.4 C
Bhubaneswar
Friday, June 12, 2026
Homeଦେଶ ବିଦେଶଶିଶୁଙ୍କୁ ଶ୍ରମିକ ନୁହଁ ଶିକ୍ଷାର ଆବଶ୍ୟକତା ରହିଛି

ଶିଶୁଙ୍କୁ ଶ୍ରମିକ ନୁହଁ ଶିକ୍ଷାର ଆବଶ୍ୟକତା ରହିଛି

ନୂଆଦିଲ୍ଲୀ: ଦେଶରେ ଶିଶୁ ଶ୍ରମିକ ସବୁଠାରୁ ଗମ୍ଭୀର ସମସ୍ୟା । ଆଜି ଜୁନ ୧୨, ଶୁକ୍ରବାର, ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ । ଦେଶବ୍ୟାପୀ ପାଳନ କରାଯାଉଛି ଏହି ଦିବସ । କିନ୍ତୁ ଏହାର ପ୍ରଭାବ ପଡୁଛି କି ନାହିଁ ଆପଣ କୁହନ୍ତୁ । ଏକବିଂଶ ଶତାବ୍ଦୀରେ ବି ବଦଳିନି ଯୁଗ । ଆଜି ବି ଦେଖାଯାଉଛନ୍ତି ଶିଶୁ ଶ୍ରମିକ । ସେ ହୋଟେଲ ହେଉ କିମ୍ବା ଇଟାଭାଟିରେ । ଆଜି ବି ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି ଛୋଟ ଛୋଟ ପିଲାମାନେ । ଗୁଜୁରାଣ ମେଣ୍ଟାଇବା ପାଇଁ ନିଜ ପରିବାର ପାଖରେ ନ ରହି , ସମୟ ନ ବିତାଇ ଶ୍ରମିକ ଭାବେ କାମ କରୁଛନ୍ତି ଛୋଟ ଶିଶୁମାନେ । କେତେ ବା ବୟସ ହୋଇଥିବ। ମାତ୍ର ୧୪ ବର୍ଷ ମଧ୍ୟରେ । ଯେଉଁ କଅଁଳ ହାତରେ ତୂଳୀ ,କଲମ ଧରି, ଦୁଇ ଅକ୍ଷର ପାଠ ପଢିବା କଥା ସେହି ହାତରେ ଉଠାଉଛନ୍ତି ବଡ ବଡ ଇଟା, ପଥର, ଲୁହା । ଯେଉଁ ବୟସରେ ହସ ମଜା କରି ସାଙ୍ଗ ସାଥି ସହ ଖେଳକୁଦ କରିବା କଥା ସେହି ବୟସରେ ସକାଳୁ ଉଠି ଢାବା କିମ୍ବା ହୋଟେଲକୁ କାମ କରିବାକୁ ଯାଉଛନ୍ତି ନୀରୀହ ଶିଶୁମାନେ । ଯେଉଁ ବୟସରେ ଛୋଟ ପିଲାମାନେ ମା ବାପା ପାଖେ ଅଳି ଅଝଟ କରିଥାନ୍ତି ସେହି ବୟସରେ କିଛି ଭୁଲ ହେଲେ ମାଲିକଠାରୁ ଗାଳି, ପାହାର ଖାଇଥାନ୍ତି ଏହି ଶିଶୁ ଶ୍ରମିକ ମାନେ । ଏବଂ ଅନ୍ୟ କିଛି ପିଲାମାନେ ନିଜ ବାପାଙ୍କ ସହ କୃଷି କାମରେ ସାହାର୍ଯ୍ୟ କରିବାକୁ ଯାଆନ୍ତି, ସ୍କୁଲ ନ ଯାଇ ମାଙ୍କୁ ଘର କାମରେ ମଧ୍ୟ ସାହାଯ୍ୟ କରନ୍ତି । ସବୁଠୁ ବଡ କଥା ହେଉଛି, ଛୁଆଟି ଯେତେବେଳେ ଜନ୍ମ ହୁଏ ସେ କିଛି ଜାଣିନଥାଏ । ଟିକେ ବଡ ହେଲେ ମନରେ ନିଜକୁ ଉଚ୍ଚ ସ୍ଥାନରେ ରଖି ଅସୁମାରି ସ୍ୱପ୍ନ ଦେଖେ , ସ୍କୁଲ ଯିବାକୁ ଇଚ୍ଛା କରେ , ବଡ ମଣିଷ ହେବାକୁ ଭାବେ । ହେଲେ ଅର୍ଥର ଅଭାବ , ସମାଜର କୁ ଚିନ୍ତା , ଘରର ଦାରିଦ୍ର୍ୟତା ଏସବୁ ସେମାନଙ୍କୁ ଶିଶୁ ଶ୍ରମିକଟିଏ ହେବାକୁ ବାଧ୍ୟ କରୁଛି । ପରିବାରର ଏସବୁର ଅଭାବ ହେଲେ ରୋଜଗାର ପାଇଁ ପିଲାମାନେ ଘରୁ ଗୋଡ ବାହାରକରନ୍ତି । ଏସବୁ ଆଳରେ କିନ୍ତୁ କେହି ବୁଝନ୍ତିନି , ସ୍ୱାସ୍ଥ୍ୟ ପ୍ରତି ଏହା କେତେ ବିପଦ । କମ ବୟସରେ ଅଧିକ ପରିଶ୍ରମ କରିବା, କମ ମଜୁରୀରେ କାର୍ଯ୍ୟ କରିବା, ଯାହା ସେମାନେ ଶାରୀରିକ ଏବଂ ମାନସିକ ସ୍ତରରେ ଯନ୍ତ୍ରଣା ପାଇଥାନ୍ତି ।

ଜନଗଣନା ୨୦୧୧ ତଥ୍ୟ ଅନୁଯାୟୀ ଓଡିଶାରେ ୩ ଲକ୍ଷ ୩୪ ହଜାର ୪୧୬ ପିଲା (୫-୧୪ ବର୍ଷ ବୟସ) କାମ କରୁଥିବା ଭାବରେ ରେକର୍ଡ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ପ୍ରାୟ ୯୦.୬% ଗ୍ରାମାଞ୍ଚଳରେ କାମ କରନ୍ତି ଯାହା ତଥ୍ୟ କହୁଛି । ୨୦୨୬ ର ଥିମ ରହିଛି , “ଶିଶୁ ଶ୍ରମିକକୁ ଲାଲ କାର୍ଡ: ପିଲାମାନଙ୍କ ପାଇଁ ନ୍ୟାୟପୂର୍ଣ୍ଣ ଖେଳ, ବୟସ୍କମାନଙ୍କ ପାଇଁ ଉପଯୁକ୍ତ କାର୍ଯ୍ୟ,” ନୂତନ ପ୍ରତିବଦ୍ଧତା ଏବଂ କାର୍ଯ୍ୟ ପାଇଁ ଆହ୍ୱାନ କରେ ।  ଓଡିଶାରୁ ନୂଆପଡ଼ା , ବଲାଙ୍ଗିର, କଳାହାଣ୍ଡି, ଯାଜପୁର ଜିଲ୍ଲା ନଭେମ୍ବରରୁ ମେ ମାସ ପର୍ଯ୍ୟନ୍ତ ପ୍ରବାସୀ ଶ୍ରମିକମାନେ ସେମାନଙ୍କ ପିଲାମାନଙ୍କ ସହିତ ଇଟା ତିଆରି ପାଇଁ ତେଲେଙ୍ଗାନାକୁ ଯାଆନ୍ତି । ବିହାର, ଉତ୍ତର ପ୍ରଦେଶ, ରାଜସ୍ଥାନ, ମଧ୍ୟ ପ୍ରଦେଶ ଏବଂ ମହାରାଷ୍ଟ୍ର ହେଉଛି ଭାରତର ପ୍ରମୁଖ ରାଜ୍ୟ ଯେଉଁଠାରେ ଶିଶୁ ଶ୍ରମିକ ଅଧିକ ମାତ୍ରାରେ ରହିଛନ୍ତି । ଦେଶର ମୋଟ ଶିଶୁ ଶ୍ରମିକ ଜନସଂଖ୍ୟାର ଅଧାରୁ ଅଧିକ ଏହିଠାରେ କାମ କରନ୍ତି ।  ଶିଶୁ ଶ୍ରମିକର ପ୍ରମୁଖ ସମସ୍ୟା ହେଉଛି, ଦାରିଦ୍ର୍ୟ, ନିରକ୍ଷରତା ଏବଂ ସଚେତନତାର ଅଭାବ । ଛୋଟ ଛୋଟ ପିଲାମାନେ ମୌଳିକ ଶିକ୍ଷାରୁ ବଞ୍ଚିତ ହୋଇ ସେମାନଙ୍କୁ ଜୀବନବ୍ୟାପୀ ସୀମା ରେଖାରେ ଫସାଇ ଦିଏ ଦାରିଦ୍ର୍ୟ । ଯେଉଁ ଶିଶୁ ମାନେ ଆମ ଦେଶର ଭବିଷ୍ୟତ , ଆମର ଗୌରବ, ଆମର ସମ୍ପଦ , ଆଜି ଯଦି ସେମାନେ କାମ ବୟସରୁ ଶ୍ରମିକ କାମରେ ଲିପ୍ତ ରହିବେ ତେବେ ସେମାନେ ଆଗକୁ ବଢିବେ କିପରି ? ଉଚ୍ଚ ଶିକ୍ଷିତ ହେବେ କିପରି ? ଦେଶକୁ ଆଗେଇ ନେବ କିଏ? ରାଜ୍ୟର ଗୌରବ, ଗାରିମା, ଅସ୍ମିତାକୁ ବିଶ୍ୱର ଦରବାରରେ ପହଞ୍ଚାଇବ କିଏ?

ଭାରତର ସମ୍ବିଧାନ ଅନୁଯାୟୀ, ୧୪ ବର୍ଷରୁ କମ ବୟସର ପିଲାମାନଙ୍କୁ କାରଖାନା, କିମ୍ବା କୌଣସି ବିପଜ୍ଜନକ କାମରେ ନିୟୋଜିତ କରିବା ନିଷେଧ । ଯଦି ଆଇନ ଭଙ୍ଗ କରି କେହି କାମ କରାନ୍ତି ତେବେ ନିଯୁକ୍ତି ଦେଇଥିବା ଲୋକଙ୍କୁ ୬ ମାସରୁ ୨ ବର୍ଷ ଜେଲ ହୋଇପାରେ ଏବଂ ଜୋରିମାନା ମଧ୍ୟ ଦେବାକୁ ପଡିପାରେ । କିନ୍ତୁ ନିୟମ କୁ ଫୁ କରି ଲୋକ ମାନେ ଶିଶୁ ଶ୍ରମିକ ନିୟୋଜିତ କରନ୍ତି । ଶିଶୁ ଶ୍ରମିକଙ୍କୁ ବିରୋଧ କରିବାକୁ ହେଲେ ଗାଁ, ଗଳିକନ୍ଦି ସାହିରେ ସଚେତନା କରାଇବାର ଆବଶ୍ୟକତା ରହିଛି । ହୁଏତ ଏହାର ପ୍ରଭାବ କିଛି ପଡି ଛୋଟ ପିଲାଙ୍କୁ କାମରେ ନିୟୋଜିତ ନକରି ସ୍କୁଲ, ଅଙ୍ଗନୱାଡିକୁ ଘର ଲୋକମାନେ ପାଠ ପଢାଇବାକୁ ଛାଡିବେ । ସେମାନଙ୍କ ଶିଶୁ ବି ବିଶ୍ୱ ସ୍ତରରେ ରେକର୍ଡ କରିବ ଏବଂ ସଫଳତାର ସହ ଆଗକୁ ବଢିବ । ଆମେ ମାନେ ବି ଯେଉଁଠି ଛୋଟ ପିଲାମାନେ କାମ କରିବାର ଦେଖିବା ସେଠି ସେମାନଙ୍କୁ ବିରୋଧ କରି ପାଠ ପଢିବା ପାଇଁ ବାଧ୍ୟ କରିବା । ତାହାଲେ ଯାଇ ଆମ ଶିଶୁ ବଡ ହୋଇ ଦେଶର ଭବିଷ୍ୟତ ଗଢିବ । ଶିଶୁ ଶ୍ରମିକଙ୍କୁ କାମରେ ନ କରନ୍ତୁ ନିୟୋଜିତ , ଉଚ୍ଚଶିକ୍ଷା ପାଇଁ ଦିଅନ୍ତୁ ଉପଦେଶ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking