37.4 C
Bhubaneswar
Friday, June 12, 2026
Homeଓଡିଶାପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ପରଲୋକ

ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ପରଲୋକ

ରାୟଗଡା: ରାୟଗଡା ଜିଲ୍ଲା  ଗୁଣପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ  ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସେ ଉଚ୍ଚ ରକ୍ତଚାପ ଓ ମଧୁମେହରେ ପୀଡିତ ଥିଲେ। ଦେହ ଅସୁସ୍ଥ ଥିବାରୁ ଦୁଇ ଦିନ ହେବ ଏମସ୍‌କୁ ଚିକିତ୍ସା ପାଇଁ ଅଣା ଯାଇଥିଲା। ପରେ କଟକ  ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ଭୋର  ସମୟରେ ଡାକ୍ତରଖାନାରେ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ ରାମମୂର୍ତ୍ତି ଗମାଙ୍ଗ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସର ଗଡ଼ ଭାଙ୍ଗି ୧୯୯୦ ମସିହାରୁ ୧୯୯୫ ମସିହା ପର୍ଯ୍ୟନ୍ତ ଜନତା ଦଳରୁ ଟିକଟରୁ ଗୁଣପୁର ନିର୍ବାଚନମଣ୍ଡଳରୁ ବିଧାୟକ ହୋଇଥିଲେI କିନ୍ତୁ ୨୦୦୦ ମସିହା ନିର୍ବାଚନରେ ରାମମୂର୍ତ୍ତି ବିଜେପିରେ ଯୋଗଦାନ କରି ବିଜେଡି- ବିଜେପି ମେଣ୍ଟ ସମୟରେ ବିଜେପିରୁ ପ୍ରାର୍ଥୀ ହୋଇ ବିଧାୟକ ଥିଲେ। ରାୟଗଡା ଜିଲ୍ଲା ରାଜନୈତିକ ଇତିହାସରେ ରାମମୂର୍ତ୍ତି ଗମାଙ୍ଗ ପ୍ରଥମ ଓ ଶେଷ ବିଧାୟକ ଯିଏକି ବିଜେପି ଦଳରୁ ପ୍ରାର୍ଥୀ ହୋଇ ଗୁଣପୁରରୁ ନିର୍ବାଚିତ ହୋଇଥିଲେI ତାଙ୍କୁ  ଛାଡିଦେଲେ  ଆଉ କେହି ବିଜେପିରୁ  ନିର୍ବାଚନ ଜିତି ପାରିନାହାନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking