ପଶ୍ଚିମବଙ୍ଗ: ଦୀଘା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ହଟାଇଲେ ବେଙ୍ଗଲ ସରକାର । କାଲି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଘୋଷଣା ପରେ ହଟିଲା ଧାମ ଶବ୍ଦ । ନିର୍ମିତ ଫାଟକରେ ଲେଖା ଯାଇଥିବା ଫଳକ କାଢି ନିଆଗଲା । ଜଗନ୍ନାଥ ଧାମ ବଦଳରେ ଲେଖା ହେଲା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର । ଗତକାଲି ପ୍ରେସମିଟକରି ଦୀଘା ଜଗନ୍ନାଥ ଧାମ ଶବ୍ଦରୁ ଧାମ ହଟିବ ବୋଲି ଶୁଭେନ୍ଦୁ ଅଧିକାରୀ କହିଥିଲୋ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଉକ୍ତ ପ୍ରସଙ୍ଗରେ ଧାମ ଶବ୍ଦ ଉଠାଇବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଥିଲେ । ଯାହା ସଫଳ ରୂପାୟନ ହୋଇଛି । ପଶ୍ଚିମବଙ୍ଗର ପୂର୍ବ ସରକାର ଧାମ ଶବ୍ଦ ନ ଉଠାଇ ନିଜ ଜିଦରେ ଅଟଳ ଥିଲେ । ଯାହା କୋଟି କୋଟି ଓଡ଼ିଆଙ୍କ ହୃଦୟର ଭାବାବେଗକୁ ଆଘାତ ଦେଇଥିଲା










