ଭୁବନେଶ୍ୱର: ବଜ୍ରପାତରେ ଚଣ୍ଡିମନ୍ଦିର ଦଧିନଉତି ଭାଙ୍ଗିଯିବା ପରେ, ସାଂଘାତିକ ଅଭିଯୋଗ ଆଣିଲେ ମନ୍ଦିର ନିର୍ମାଣ କରିଥିବା ମିସ୍ତ୍ରି କିର୍ତ୍ତନ ମହାରଣା । କହିଲେ, ବାସ୍ତୁ ଅନୁସାରେ ନିର୍ମାଣ ହୋଇନାହିଁ ଚଣ୍ଡିମନ୍ଦିର। ନୟାଗଡ଼ର ମିସ୍ତ୍ରି କିର୍ତ୍ତନ ମହାରଣା କହିଛନ୍ତି, ସେ ଆଗରୁ ଏହାକୁ ବିରୋଧ କରିଥିଲେ । ସ୍ଥାନୀୟ ଲୋକ ମଧ୍ୟ ବିରୋଧ କରିଥିଲେ । ଏନେଇ ହାଇକୋର୍ଟରେ ମଧ୍ୟ କେସ୍ ହୋଇଛି । ବାସ୍ତୁ ଅନୁସାରେ ଆଜି କି କାଲି ମନ୍ଦିର ଭୁଶୁଡ଼ି ଯିବ ତାହା ସ୍ଥିର ନାହିଁ । ମନ୍ଦିରର ଫାଉଣ୍ଡେସନ୍, ଗର୍ଭଗୃହ ଭାଗମାପ କିଛି ସଠିକ୍ ନାହିଁ। ମୁକ୍ତେଶ୍ବର ମନ୍ଦିର ଢାଞ୍ଚାରେ ନିର୍ମାଣ ହୋଇଛି ମନ୍ଦିର। ତାର ପିସ୍ତ ଭାଗ ଠିକ୍ ନାହିଁ । ବାଡ଼, ଗଣ୍ଡି, ସ୍ଥିର ମସ୍ତସ୍କରେ ଭାଗ ଠିକ୍ ନାହିଁ। ମନ୍ଦିର କାମ କଣ୍ଟ୍ରାକ୍ଟର କରୁଛନ୍ତି। ଶାସ୍ତ୍ର ଅନୁସାରେ କିଛି କାମ ହୋଇନାହିଁ । ଯେଉଁ ମିସ୍ତ୍ରି କରୁଛନ୍ତି, ସେମାନେ ସ୍ଥାନୀୟ ମିସ୍ତ୍ରି। ସେମାନଙ୍କର ଶାସ୍ତ୍ରିୟ ଜ୍ଞାନ ନାହିଁ। ଆଜି ବଜ୍ରପାତ ହୋଇଛି, ଆଗକୁ କାହାର ବଂଶ ବି ବୁଡ଼ିଯାଇପାରେ ।










