34.2 C
Bhubaneswar
Monday, June 8, 2026
Homeଓଡିଶାଶଙ୍ଖ ଭବନରେ ଆସନ୍ତା ଜୁନ୍ ୧୦ରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ

ଶଙ୍ଖ ଭବନରେ ଆସନ୍ତା ଜୁନ୍ ୧୦ରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ୨୦୨୪ ଗତ ସାଧାରଣ ନିର୍ବାଚନରେ ଦଳୀୟ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଥିବା ପ୍ରାର୍ଥୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶଙ୍ଖ ଭବନରେ ଅନୁଷ୍ଠିତ ହେବ । ଏହି ବୈଠକ ଅପରାହ୍ନ ୪ଟାରେ ଆରମ୍ଭ ହେବ । ଦଳର ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ବୈଠକର ଅଧ୍ୟକ୍ଷତା କରିବେ । ଦଳୀୟ ସାଙ୍ଗଠନିକ ପରିଚାଳନା ଓ ଏସ୍ଆଇଆର ସଂପର୍କିତ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ଆଲୋଚନା କରିବା ସହ ସାଂପ୍ରତିକ ସମୟରେ ରାଜ୍ୟ ସରକାରଙ୍କ ପ୍ରଶାସନିକ ପରିଚାଳନାରେ ବିଫଳତା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଓ ନାରୀ ନିର୍ଯାତନା ଉପରେ ଦଳୀୟ ନେତୃବୃନ୍ଦଙ୍କ ସହିତ ବିସ୍ତୃତ ଆଲୋଚନା କରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking