38.3 C
Bhubaneswar
Monday, June 8, 2026
Homeଓଡିଶାକଟକ-ଚାନ୍ଦବାଲି ରାସ୍ତାରେ ଦୁର୍ଘଟଣା: ଜଣେ ମୃତ, ୩ ଗୁରୁତର

କଟକ-ଚାନ୍ଦବାଲି ରାସ୍ତାରେ ଦୁର୍ଘଟଣା: ଜଣେ ମୃତ, ୩ ଗୁରୁତର

ଆଳି: ଆଜି ପୂର୍ବାହ୍ନରେ କଟକ-ଚାନ୍ଦବାଲି ରାସ୍ତାର ନିଆଳ ବିଦ୍ୟୁତ ଅଫିସ୍ ନିକଟରେ ଦୁଇଟି ମୋଟରସାଇକେଲ ଧକ୍କା ଲାଗି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।ଘଟଣାରୁ ଜଣାପଡିଛି ଯେ, ମୋଟର ସାଇକେଲରେ ଦୁଇଜଣ ଲେଖାଁଏ ବସି ପଟ୍ଟାମୁଣ୍ଡାଇରୁ ଆଳି ଅଭିମୁଖେ ଯାଉଥିବା ବେଳେ ଗୋଟିଏ ମୋଟରସାଇକେଲ ଅନ୍ୟଟିକୁ ପଛରୁ ଧକ୍କା ଦେଇଥିଲା। ଫଳରେ ମୋଟରସାଇକେଲ ସହିତ ୪ ଜଣ ଛିନଛତ୍ର ହୋଇ ରାସ୍ତାରେ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକେ ୪ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଆଳି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଆହତମାନଙ୍କ ମଧ୍ୟରୁ ଭୂଇଁପୁର ବାଲିସାହି ଗ୍ରାମର ବଳରାମ ବେହେରା (୮୫)ଙ୍କ ମୃତ୍ୟୁ ଘଟିଛି। ଅନ୍ୟ ପକ୍ଷରେ ଅରେହିକଣାର ସାଗର ମଲିକ, କୁମାର ଟଙ୍କା ଗ୍ରାମର ରାହୁଲ ସେଠୀ ଓ ଭୂଇଁପୁରର ବିଜୟ ବେହେରାଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking