ରାୟଗଡା: ବିଳମ୍ବିତ ରାତ୍ରିରେ ଛୁରାମାଡ। ରାୟଗଡା କସ୍ତୁରୀ ନଗର ଅଞ୍ଚଳରେ ଅଭାବନୀୟ ଘଟଣା। ବିଳମ୍ବିତ ରାତିରେ ଟାଇଲ କଟିଙ୍ଗ ମେସିନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇ ଜଣଙ୍କୁ ଛୁରା ମାଡ ହୋଇଛି। ଛୁରା ମାଡ ପରେ ଗୁରୁତର ଅବସ୍ଥାରେ ଜଣଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ଓ ଗୁରୁତର ହୋଇଥିବା ଯୁବକ ଜଣକ ହେଲେ ବିହାରର ଏମଡି ସରଫରାଜ। ସୂଚନା ଅନୁସାରେ, ରାୟଗଡା କସ୍ତୁରୀ ନଗର ଅଞ୍ଚଳରେ ବିହାର ରାଜ୍ୟର ବେଲା ଅଞ୍ଚଳର କିଛି ଯୁବକ ସହରରେ ରହି ଟାଇଲ କାମ କରୁଥିଲେ। ସରଫରାଜଙ୍କ ପଡୋଶୀ ଏମଡି ସୟଦ ତାଙ୍କ ଠାରୁ ଟାଇଲ କଟିଙ୍ଗ ମେସିନ ନେଇ ଫେରାଉ ନଥିଲେ। ଉକ୍ତ ଘଟଣାକୁ ନେଇ ସରଫରାଜ ଓ ସୟଦ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ସୟଦ ଛୁରୀରେ ଶରୀରର ବିଭିନ୍ନ ସ୍ଥାନରେ ଭୁସି ଦେଇଥିଲେ।ଗୁରୁତର ଅବସ୍ଥାରେ ସରଫରାଜଙ୍କ ସହଯୋଗୀ ଚିକିତ୍ସା ପାଇଁ ଡିଏଚଏଚ ଆଣିଥିଲେଓ ରାୟଗଡା ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଓ ରାୟଗଡା ସହର ଅଂଚଳର ଜଣେ ଠିକାଦାର ବିହାରୀ ଯୁବକଙ୍କୁ ଆଣି ଟାଇଲ କାମ କରାଉଛନ୍ତି।










