34.3 C
Bhubaneswar
Thursday, June 4, 2026
Homeଓଡିଶାକାଳବୈଶାଖୀ : ଗଛ ପଡ଼ି ଉମରକୋଟ-ଡ଼ାବୁଗାଁ ରାସ୍ତା ଅବରୋଧ

କାଳବୈଶାଖୀ : ଗଛ ପଡ଼ି ଉମରକୋଟ-ଡ଼ାବୁଗାଁ ରାସ୍ତା ଅବରୋଧ

ନବରଂଗପୁର: ନବରଂଗପୁର ଜିଲ୍ଲାର ଝରିଗାଁ ଅଞ୍ଚଳରେ ଆଜି ଅପରାହ୍‌ଣରେ କାଳବୈଶାଖୀ ସହିତ ଘଡ଼ଘଡ଼ି ବର୍ଷା ଏବଂ ବଜ୍ରପାତ ହୋଇଛି। ଝରିଗାଁ ବ୍ଲକରେ କାଳବୈଶାଖୀର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ସହ ପ୍ରବଳ ପବନ ହୋଇଛି। ଝରିଗାଁ ବ୍ଳଜ ଅନ୍ତର୍ଗତ ବକଡ଼ା ବେଡା ବସଷ୍ଟାଣ୍ଡ ନିକଟରେ ଆଜି ପ୍ରାୟ ୩ ଘଣ୍ଟା ସମୟରେ ରାସ୍ତା ପାର୍ଶ୍ଵରେ ଥିବା ଏକ ବିରାଟ ଗଛ ମୂଳରୁ ଉପାଡି ହୋଇ ରାସ୍ତା ଉପରେ ପଡ଼ିଯାଇଛି। ଫଳରେ ଉମରକୋଟ-ଡ଼ାବୁଗାଁ ରାସ୍ତା ଅବରୋଧ ହୋଇଯାଇଛି।ସେହିଭଳି ଗୋଟିଏ ବିଦ୍ୟୁତ ଖୁଣ୍ଟ ହୋଟେଲ ଉପରେ ପଡ଼ି ଯିବା ଯୋଗୁଁ ହୋଟେଲର ଆଜବେଷ୍ଟସ ନଷ୍ଟ ହୋଇଛି। ରାସ୍ତା ଉପରୁ ଗଛ ହଟା ଯାଇ ନଥିବା ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡ଼ି ଅଟକି ରହିଛି।ସେହିଭଳି ଗୋଟିଏ ଆମ୍ବୁଲାନ୍ସ ରାସ୍ତା ଅବରୋଧ ଯୋଗୁଁ ଅନ୍ୟ ଏକ ରାସ୍ତା ଦେଇ ଯାଇଛି।ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ରାସ୍ତାରୁ ଗଛ ହଟାଇବା ପାଇଁ କେହି ଆସିନଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking