37.1 C
Bhubaneswar
Monday, June 1, 2026
Homeଓଡିଶାରାଜ୍ୟସଭା ଉପ-ନିର୍ବାଚନ: ସତ୍ୟବ୍ରତ ରାଉତଙ୍କୁ ରିଟର୍ଣ୍ଣିଂ ଅଫିସର୍‌ ଦାୟିତ୍ୱ

ରାଜ୍ୟସଭା ଉପ-ନିର୍ବାଚନ: ସତ୍ୟବ୍ରତ ରାଉତଙ୍କୁ ରିଟର୍ଣ୍ଣିଂ ଅଫିସର୍‌ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟ୍ୟସଭା ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଧାନସଭା ସଚ୍ଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଲା । ସୋମବାରଠୁ ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ଏହା ଜୁନ ୮ ତାରିଖ ଯାଏଁ ଚାଲିବ । ଜୁନ ୯ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ସେହିଭଳି ଜୁନ ୧୧ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି । ଜୁନ ୧୮ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ରାଜ୍ୟସଭା ଉପନିର୍ବାଚନ ପାଇଁ ରିଟଣ୍ଣିଂ ଅଫିସର ନିଯୁକ୍ତ ହୋଇଛନ୍ତି । ବିଧାନସଭା ସଚିବ ସତ୍ୟବ୍ରତ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ କରାଯାଇଛି । ସୂଚନାଥାଉକି, ଦେବାଶିଷ ସାମନ୍ତରାୟ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଖାଲି ପଡିଥିବା ଆସନ ପାଇଁ ହେବ ଉପ ନିର୍ବାଚନ । ଗତ ମେ ୨୫ ତାରିଖରେ ଦେବାଶିଷ ସାମନ୍ତରାୟ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିଲେ । ୧୧ଟି ରାଜ୍ୟର ୨୫ଟି ଆସନ ପାଇଁ ଆସନ୍ତା ୧୮ରେ ରାଜ୍ୟସଭା ଉପ- ନିର୍ବାଚନ ହେବାକୁ ଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking