ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶ କୁରନୁଲ ଜିଲ୍ଲାରେ ବଡ଼ ଅଘଟଣ । ଜଣେ ନାବାଳିକାକୁ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ୫ ଜଣ ଲୋକ । ନାବଳିକାଙ୍କ ଜୀବନ ବଞ୍ଚିପାରିଥିବା ବେଳେ ଅନ୍ୟ ୫ ଜଣ ବୁଡିଯାଇଛନ୍ତି । ତୁଙ୍ଗଭଦ୍ରା ନଦୀରେ ଏଭଳି ଅଘଟଣ ଘଟିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନିଖୋଜଙ୍କୁ ଖୋଜୁଛି । ଖବର ମୁତାବକ, ଶନିବାର ସନ୍ଧ୍ୟାରେ ତୁଙ୍ଗଭଦ୍ରା ନଦୀ କୂଳରେ ଜଣେ ନାବାଳିକା ନଦୀରେ ପାଦ ଧୋଉଥିବା ବେଳେ ଅନିୟନ୍ତ୍ରିତ ହୋଇ ନଦୀକୁ ଖସିପଡିଥିଲେ । ଦେଖୁ ଦେଖୁ ନଦୀରେ ଭାସି ଯାଇଥିଲେ । ଏହା ଦେଖି ନଦୀ କୂଳରେ ଥିବା କିଛି ଯୁବକ ନାବାଳିକାକୁ ବଞ୍ଚାଇବା ଯାଇଥିଲେ । ପ୍ରଥମେ ଜଣେ ଜଣେ ଆରମ୍ଭ କରି ୫ ଜଣ ନଦୀକୁ ଡେଇଁଥିଲେ । ନାବାଳିକାକୁ ଉଦ୍ଧାର କରିଥିବା ବେଳେ ଡେଉଁଥିବା ୫ ଜଣ ନଦୀ ସ୍ରୋତରେ ପଡିଯାଇଥିଲେ । ଆଉ କିଛି ସମୟ ପରେ ନିଖୋଜ ହୋଇଯାଇଥିଲେ । ଘଟଣା ବିଷୟରେ ଖବର ପାଇଁ ସ୍ଥାନୀୟ ପୋଲିସ ଏବଂ ପ୍ରଶାସନ ଟିମ ପହଞ୍ଚି ଏସଡିଆରଏଫ ଟିମକୁ ଡାକିଛନ୍ତି । ନଦୀରେ ସର୍ଚ୍ଚ ଅପରେସନ କରାଯାଇ ନିଖୋଜଙ୍କୁ ଖୋଜା ଚାଲିଛି । ତେବେ ନନୀରେ ଜଳସ୍ତର ବଢୁଥିବା ବେଳେ ପ୍ରଶାସନ ଲୋକଙ୍କୁ ସାବଧାନତା ରହିବାକୁ ଅପିଲ୍ କରିଛି ।
ନଦୀରେ ଗୋଡ଼ ଧୋଉଥିବା ବେଳେ ଭାସିଗଲେ ନାବାଳିକା, ଉଦ୍ଧାର କରିବାକୁ ଯାଇ ଅନ୍ୟ ୫ ଜଣ ନିଖୋଜ










