29.1 C
Bhubaneswar
Saturday, May 30, 2026
Homeଓଡିଶାମହିଳା ବାଥରୁମରେ ସ୍ପାଏ କ୍ୟାମେରା ଘଟଣା : କର୍ମଚାରୀ ଗିରଫ

ମହିଳା ବାଥରୁମରେ ସ୍ପାଏ କ୍ୟାମେରା ଘଟଣା : କର୍ମଚାରୀ ଗିରଫ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟ ମହିଳା ବାଥରୁମରେ ସ୍ପାଏ କ୍ୟାମେରା ଲଗାଇବା ଘଟଣାରେ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ଜଣାଯାଇଛି । ଗିରଫ ଅଭିଯୁକ୍ତ କାର୍ଯ୍ଯାଳୟ କମ୍ପ୍ଯୁଟର ବିଭାଗ କର୍ମଚାରୀ । ଏହି କାମରେ ଆଉ ଜଣେ କର୍ମଚାରୀ ସାମିଲ ଥିବା ସନ୍ଦେହ କରାଯାଉଛି ।ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଦନ୍ତ ଜାରି ରହିଥିଲାଜଗତସିଂହପୁର ଜିଲ୍ଲା ପରିଷଦ ମହିଳା ବାଥରୁମରେ ସ୍ପାଏ କ୍ୟାମେରା ଲଗାଯିବା ଘଟଣାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଜଣେ ମହିଳା କର୍ମଚାରୀ ବାଥରୁମ୍ ବ୍ୟବହାର କରିବା ସମୟରେ ସ୍ପାଏ କ୍ୟାମେରା ଖସି ପଡ଼ିଥିଲା। କ୍ୟାମେରା ଦେଖି ମହିଳା ଭୟଭୀତ ହୋଇ ପଡ଼ିଥିଲେ। ଏ ନେଇ ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀଙ୍କୁ ଜଣାଇଥିଲେ। ଜିଲ୍ଲା ପରିଷଦ କର୍ତ୍ତୃପକ୍ଷ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ। ଜିଲ୍ଲାପାଳ ଘଟଣା ସମ୍ପର୍କରେ ତଦନ୍ତ କରିବା ଲାଗି ଏସପିଙ୍କୁ ଜଣାଇଥିଲେ। ଏ ସମ୍ପର୍କରେ ଅତିରିକ୍ତ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ତଥା ତିର୍ତ୍ତୋଲ ବିଡିଓ ତିର୍ତ୍ତୋଲ ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରିଥିଲା। ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଦନ୍ତ ଜାରି ରହିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking