କମର୍ଦ୍ଦା: ଗତକାଲି ବିଳମ୍ବିତ ରାତ୍ରିରେ ୫୭ନମ୍ବର ରାଜ୍ୟ ରାଜପଥ (ଜଳେଶ୍ଵର- ଚନ୍ଦନେଶ୍ଵର ରାସ୍ତା ) କଟି ସାହି ଗ୍ରାମ ସ୍ଥିତ ଆଇ ଓ ସି.ଏଲ୍ ଅଫିସ ପଛ ପଟରେ ଦାରୁହା ଗ୍ରାମର ଦେବକି ନନ୍ଦନ ଭଞ୍ଜଙ୍କ ଜେସିବି କାର୍ଯ୍ୟ ସାରି ଛିଡା ହୋଇଥିଲା । ମାତ୍ର ରାତ୍ରି ୧୨ଘଟିକା ୩୦ମିନିଟ୍ ବେଳେ ଜେସିବିଟି ଅକସ୍ମାତ୍ ଜଳିଯାଇଛି ।ନିକଟବର୍ତ୍ତୀ ଲୋକଙ୍କ ଠାରୁ ଏଭଳି ଜଳିଯିବା ଘଟଣା ଶୁଣି ମାଲିକ ଇତସ୍ତତଃ ହୋଇ ଧାଇଁ ଯିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ମାତ୍ର ଅଧଘଣ୍ଟା ପରେ ଅଗ୍ନିଶ୍ରମ ବିଭାଗ ଗାଡ଼ି ସହ କର୍ମଚ଼ାରୀ ଉଦ୍ଧାର ପାଇଁ ପହଞ୍ଚିଥିଲେ ହେଁ ମେସିନ୍ ଟି ସମ୍ପୁର୍ଣ୍ଣ ଜଳି ଯାଇଥିଲା । ସ୍ୱତ୍ତାଧିକାରୀ ଶ୍ରୀ ଭଞ୍ଜଙ୍କ ପକ୍ଷରୁ କମର୍ଦ୍ଦା ଥାନାରେ ଘଟଣା ସମ୍ବନ୍ଧରେ ଲିଖିତ ଭାବେ ଜଣାଯାଇଛି । ସୂଚ଼ନାଯୋଗ୍ୟ ଗତ ୨୦୧୬ ମସିହା ଅକ୍ଟୋବର ମାସରେ ଉକ୍ତ ମେସିନକୁ ୨୯ ଲକ୍ଷ ୯୫ ହଜାର ଟଙ୍କାରେ ମାଲିକ କ୍ରୟ କରିଥିଲେ ।










