36 C
Bhubaneswar
Monday, June 29, 2026
Homeଓଡିଶା‘ଇବୋଲା’କୁ ନେଇ ସତର୍କ ହେଲା ସ୍ୱାସ୍ଥ୍ୟ ବିଭାଗ

‘ଇବୋଲା’କୁ ନେଇ ସତର୍କ ହେଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ‘ଇବୋଲା’କୁ ନେଇ ସତର୍କ ହେଲା ସ୍ୱାସ୍ଥ୍ୟ ବିଭାଗ। ଏନେଇ ଶନିବାର ଲୋକସେବା ଭବନରେ ସ୍ୱାସ୍ଥ୍ୟ ଏବଂ ପରିବାରକଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବଡ ବୈଠକ ଡାକିଛନ୍ତି। ଏହି ବୈଠକରେ ସ୍ୱାସ୍ଥ୍ୟ ସଚିବ, ଅଧିକାରୀ ଓ ବିଭିନ୍ନ ଘରୋଇ ହସ୍ପିଟାଲର କର୍ତ୍ତୃପକ୍ଷ ସାମିଲ ରହିଛନ୍ତି। ଇବୋଲାକୁ ନେଇ ଗାଇଡଲାଇନ ଜାରି କରି ପାରେ ସ୍ୱାସ୍ଥ୍ୟ ବିଭାଗ।ସୂଚନାନୁଯାୟୀ,ଆଫ୍ରିକା ମହାଦେଶରେ ଇବୋଲା ଭାଇରସ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। କଙ୍ଗୋ (ଡିଆରସି) ଏବଂ ଉଗାଣ୍ଡାରେ ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି, ଭାରତ ସରକାର କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଡାନ ପାଇଁ ଏକ ଯାତ୍ରା ପରାମର୍ଶ ଜାରି କରିଛନ୍ତି। କେନ୍ଦ୍ର ସରକାର ଭାରତୀୟ ନାଗରିକମାନଙ୍କୁ ଏହି ଦେଶଗୁଡ଼ିକୁ ଅଣ-ଅତ୍ୟାବଶ୍ୟକ ଯାତ୍ରା ଏଡାଇବାକୁ ଅନୁରୋଧ କରିଛନ୍ତି।ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମିଳିତ ପରାମର୍ଶ ଅନୁଯାୟୀ, ଏହି ତିନୋଟି ଦେଶରୁ ଫେରୁଥିବା କିମ୍ବା ଯାତାୟାତ କରୁଥିବା ଯାତ୍ରୀମାନେ ୨୧ ଦିନ ପାଇଁ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ ପଡ଼ିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking