29.9 C
Bhubaneswar
Tuesday, July 14, 2026
Homeଦେଶ ବିଦେଶପ୍ରଖ୍ୟାତ ଉର୍ଦ୍ଦୁ କବି ବଶିର ବଦ୍ରଙ୍କର ୯୧ ବର୍ଷରେ ପରଲୋକ

ପ୍ରଖ୍ୟାତ ଉର୍ଦ୍ଦୁ କବି ବଶିର ବଦ୍ରଙ୍କର ୯୧ ବର୍ଷରେ ପରଲୋକ

ନୂଆଦିଲ୍ଲୀ: ପ୍ରଖ୍ୟାତ ଉର୍ଦ୍ଦୁ କବି ଡକ୍ଟର ବଶିର ବଦ୍ରଙ୍କର ଗୁରୁବାର ଅପରାହ୍ଣରେ ଭୋପାଳଠାରେ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ଡକ୍ଟର ବଶିର ବଦ୍ର ଅନେକ ଦିନ ହେଲା ଡିମେନ୍ସିଆ ରୋଗରେ ପୀଡିତ ଥିଲେ। ତାଙ୍କର ସ୍ମୃତିଶକ୍ତି ହ୍ରାସ ପାଇଥିଲା ଓ ସେ ଲୋକମାନଙ୍କୁ ଚିହ୍ନି ପାରୁନଥିଲେ। ଗତ କିଛିଦିନ ହେଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ରହିଥିଲା। ଗୁରୁବାର ଦିନ ପ୍ରାୟ ୧୨ଟାରେ ତାଙ୍କର ଦେହାନ୍ତ ହୋଇଥିଲା। ଡକ୍ଟର ବଶିର ବଦ୍ର ଉର୍ଦ୍ଦୁ କବିତା ଜଗତର ଏକ ପ୍ରମୁଖ ନାମ ଥିଲେ। ତାଙ୍କର ଗଜଲ ଓ ଶାୟରୀ ସାଧାରଣ ଲୋକଙ୍କଠାରୁ ସାହିତ୍ୟ ଜଗତ ପର୍ୟ୍ୟନ୍ତ ସମସ୍ତେ ପସନ୍ଦ କରୁଥିଲେ।

ବଶିର ବଦ୍ରଙ୍କ ଜନ୍ମ ୧୫ ଫେବୃଆରି ୧୯୩୫ ମସିହାରେ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ହୋଇଥିଲା। ପରେ ସେ ଭୋପାଳ ଚାଲିଆସିଥିଲେ ଓ ସେଠାରେ ଦୀର୍ଘ ବର୍ଷ ହେଲା ରହିଆସୁଥିଲେ। ସେ ଉର୍ଦ୍ଦୁ ସାହିତ୍ୟକୁ ଅନେକ ସ୍ମରଣୀୟ ଗଜଲ ଓ ପୁସ୍ତକ ପ୍ରଦାନ କରିଥିଲେ। ତାଙ୍କୁ ଅନେକ ପ୍ରତିଷ୍ଠିତ ସମ୍ମାନରେ ସମ୍ମାନିତ କରାଯାଇଥିଲା। ବଶିର ବଦ୍ରଙ୍କ କବିତାରେ ପ୍ରେମ, ଏକାକୀତା, ସମ୍ପର୍କ ଓ ଜୀବନର ଅଭିଜ୍ଞତା ଅତ୍ୟନ୍ତ ସରଳତା ଓ ଗଭୀରତାର ସହିତ ପ୍ରତିଫଳିତ ହେଉଥିଲା। ଡକ୍ଟର ବଶିର ବଦ୍ରଙ୍କ ପରଲୋକ ଖବର ସାହିତ୍ୟିକ ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking