ଭୁବନେଶ୍ୱର: ପୁଲିସ୍ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲା , ୧୭ ଅଭିଯୁକ୍ତଙ୍କ ଜାମିନ୍ ଖାରଜ । ଜାମିନ ଆବଦେନ ଖାରଜ କରିଛନ୍ତି ହାଇକୋର୍ଟ । ମୁନା ମହାନ୍ତିଙ୍କୁ ପୂର୍ବରୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଅନ୍ତରୀଣ ଜାମିନରେ ରହିଥିବା ବେଳେ ୨୧ ଦିନ ମଧ୍ୟରେ ଆତ୍ମସର୍ମପଣ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ଅଭିଯୁକ୍ତ ଟି.ଅଭିମନ୍ୟୁ ଦୋରା, ପ୍ରିୟଦର୍ଶିନୀ ସାମଲ, ଶ୍ରୀକାନ୍ତ ମହାରଣା, ଲୋକନାଥ ସାହୁ, ସାଗର କୁମାର ଗୌଡ଼, ତଫିମ ଅହମ୍ମଦ ଖାନ, ସୁରେଶ ଚନ୍ଦ୍ର ନାୟକ ଏବଂ ଅନ୍ୟମାନେ ଜାମିନ ଆବେଦନ କରିଥିଲେ । ଏହାକୁ ଖାରଜ କରିଛନ୍ତି ହାଇକୋର୍ଟ ।










