37.1 C
Bhubaneswar
Thursday, May 21, 2026
Homeଦେଶ ବିଦେଶଭାରତରେ ବନ୍ଦ ହେଲା ସିଜେପିର "ଏକ୍ସ' ଆକାଉଣ୍ଟ

ଭାରତରେ ବନ୍ଦ ହେଲା ସିଜେପିର “ଏକ୍ସ’ ଆକାଉଣ୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ବୟାନ ବିରୋଧରେ ଆରମ୍ଭ ହୋଇଥିବା କକ୍ରୋଚ ଜନତା ପାର୍ଟି ବି ସିଜେପି ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସରକାରଙ୍କ ତରଫରୁ ସିଜେପିର “ଏକ୍ସ’ ଆକାଉଣ୍ଟକୁ ଭାରତରେ ବନ୍ଦ କରାଯାଇଛି। ଗତ କିଛିଦିନ ହେବ ସୋସିଆଲ ମିଡିଆରେ ଏହି ସଂଗଠନକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ଏନେଇ ସଂଗଠନର ମୁଖ୍ୟ ଅଭିଜିତ୍ ଦିପକେ କହିଛନ୍ତି, ପ୍ରଥମେ ଏହି ଆକାଉଣ୍ଟକୁ ହ୍ୟାକ୍ କରିବାକୁ ଚେଷ୍ଟା କରାଯାଇଥିଲା । ହେଲେ ହ୍ୟାକ୍ କରିବାରେ ବିଫଳ ହେବା ପରେ ଏହାକୁ ବନ୍ଦ କରିଦିଆଯାଇଛି ବୋଲି ଦିପକେ କହିଛନ୍ତି । କକ୍ରୋଚ ଜନତା ପାର୍ଟି ଏକ୍ସ ଆକାଉଣ୍ଟରେ ୧.୬ ଲକ୍ଷରୁ ଅଧିକ ଫଲୋର୍ସ ରହିଛନ୍ତି । ସେପଟେ ଇନଷ୍ଟାଗ୍ରାମରେ ଏହି ସଂଗଠନର ଫଲୋର୍ସ ୧୩ ମିଲିୟନ ଅର୍ଥାତ ୧ କୋଟି ୩୦ ଲକ୍ଷ ପାର କରିଛି । ଅନ୍ୟପଟେ ଏହି ଏକ୍ସ ଆକାଉଣ୍ଟ ଏବେ ଖୋଲିଲେ ଦେଖିବାକୁ ମିଳିଛି କି, ଏବେ ଏହି ଆକାଉଣ୍ଟ ୱିଥ୍ ହୋଲ୍ଡରେ ରହିଛି ।

କହିରଖୁ କି ସିଜେପି ନାମରେ ଏହି ଅନଲାଇନ୍ କ୍ୟାମ୍ପେନ ଚଳିତ ମାସ ୧୬ ତାରିଖରୁ ଆରମ୍ଭ ହୋଇଥିଲା । ମୁଖ୍ୟତଃ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଦେଶର କିଛି ସ୍ୱତନ୍ତ୍ର ବେରୋଜଗାରୀ ଯୁବବର୍ଗଙ୍କ କାର୍ଯ୍ୟକଳାପକୁ ନେଇ କକ୍ରୋଚ ବା ଅସରପା ଶବ୍ଦର ବ୍ୟବହାର କରିଥିଲେ । ଏହାକୁ ବିରୋଧ କରି ଦିପକେ ଲେଖିଥିଲେ କି, ଦେଶର ସବୁ କକ୍ରୋଚ ଏକାଠି ହୋଇପାରିଲେ କିଭଳି ହେବ । ଏହାପରେ କକ୍ରୋଚ ଜନତା ପାର୍ଟି ନାମରେ ସୋସିଆଲ ମିଡିଆରେ କ୍ୟାମ୍ପେନ ଆରମ୍ଭ ହୋଇଥିଲା । ଦେଖୁ ଦେଖୁ ଲକ୍ଷ ଲକ୍ଷ ଯୁବବର୍ଗ ଏହି କ୍ୟାମ୍ପେନରେ ସାମିଲ ହେବାରେ ଲାଗିଛନ୍ତି । ସୋସିଆଲ ମିଡିଆ ଫଲୋର୍ସରେ ସିଜେପି ଏବେ ଦେଶର ସର୍ବ ବୃହତ ରାଜନୈତିକ ଦଳ ବିଜେପିକୁ ଅନେକ ପଛରେ ପକାଇଦେଇଛି । ସୂଚନା ମୁତାବକ ଏପର୍ଯ୍ୟନ୍ତ ୬ ଲକ୍ଷ ବେକାର ଯୁବବର୍ଗ ଏହି ସଂସ୍ଥାରେ ନିଜ ନାମ ପଞ୍ଜିକରଣ କରିଛନ୍ତି । ସିଜେପିର ସୋସିଆଲ ମିଡ଼ିଆରେ ଫଲୋର୍ସ ତାଲିକାରେ ଅନେକ ବଡ଼ ବଡ଼ ରାଜନୈତିକ ଦଳର ମୁଖିଆଙ୍କ ନାମ ବି ଦେଖିବାକୁ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking